ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ନିଆଁ ଲାଗିଥିବାର ଖବର ମିଳିଛି। କଳିଙ୍ଗ ଷ୍ଟାଡିୟମ ସ୍କାଏୱାକ୍-୧ ର ଏ ବ୍ଲକରେ ଥିବା ଗୋଟିଏ କୋଠରୀରେ ନିଆଁ ଲାଗିବା ଫଳରେ ବହୁ ଆସବାବ ପତ୍ର ଜଳି ଯାଇଛି। ସର୍ଟ ସର୍କିଟ ପାଇଁ ନିଆଁ ଲାଗିଥିବା ସୂଚନା ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଲାଗିଲା ନିଆଁ
/sambad/media/post_attachments/wp-content/uploads/2022/01/kalinga-stadium.jpg)