ଭୁବନେଶ୍ବର: କେଶୁରା ମଙ୍ଗରାଜପୁର ଗାଁରେ ଥିବା ଏକ ଔଷଧ ଦୋକାନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୋକାନର ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ଔଷଧ ପୋଡ଼ି ପାଉଁଶ ହୋଇଯାଇଛି। କେହି ମୃତାହତ ହୋଇନାହାନ୍ତି। ଇଲେକ୍ଟ୍ରିକ୍ ପ୍ୟାନେଲ୍ ବୋର୍ଡରେ ସର୍ଟସର୍କିଟ୍ ଯୋଗୁଁ ଏହି ଅଘଟଣ ଘଟିଛି ବୋଲି କଳ୍ପନାସ୍ଥିତ ଦମକଳ କେନ୍ଦ୍ର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୭ଟା ବେଳେ ଆଲୋକ କୁମାର ସେନାପତିଙ୍କ ଏହି ଦୋକାନରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଆଲୋକ ଖବର ପାଇ ଦୋକାନ ନିକଟକୁ ଆସିବା ବେଳକୁ ନିଆଁ ଜୋର୍ ଧରି ଯାଇଥିଲା। ଆଲୋକଙ୍କଠାରୁ ଖବର ପାଇ କଳ୍ପନାସ୍ଥିତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/54.jpg)