ବାଲିପାଟଣା: ବାଲିପାଟଣା ବ୍ଲକ ଆମେଣାକୁଦ ପଞ୍ଚାୟତ ସୀମାନ୍ତ ଗ୍ରାମ ଖୁଲିସରେ ଆଜି ଅପରାହ୍ଣରେ ଅଗ୍ନିକାଣ୍ଡ ଘଟି ଅମିୟ ବେହେରାଙ୍କ ୩ ବଖରା ଘର ଜଳିଯାଇଛି। ଏଥିରେ ହଜାର ହଜାର ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ବାଲିପାଟଣା ଓ ନିଆଳି ଦମକଳକୁ ଅପରହ୍ଣ ୫ଟାରେ ଖବର ଦିଆଯାଇଥିଲା। କିନ୍ତୁ ବାଲିପାଟଣା ଦମକଳ ଗାଡ଼ି ପହଞ୍ଚି ନଥିବା ବେଳେ ନିଆଳି ଦମକଳ ଗାଡ଼ି ସାଢେ ୭ଟାରେ ପହଞ୍ଚିଥିଲା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଫଳରେ ଘଟଣାସ୍ଥଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଖବର ପାଇ ବାଲିପାଟଣା ପୁଲିସ୍ ଗାଁରେ ପହଞ୍ଚିଥିଲା। ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ଣ ପ୍ରାୟ ୫ଟାରେ ଏକ ଧାନ ବୋଝେଇ ଗାଡ଼ି ଗାଁରେ ଯାଇଥିବା ଏଲଟି ଲାଇନ୍ ତାରରେ ଲାଗିଯାଇଥିଲା। ଫଳରେ ସଟସର୍କିଟ୍ ହୋଇ ଅମିୟ ବେହେରାଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ଅମିୟଙ୍କ ୩ ବଖରା ଘର ସମେତ ଆସବାବପତ୍ର, ଧାନ, ଚାଉଳ ପୋଡ଼ି ଯାଇଛି। ଚାହୁଁ ଚାହୁଁ ନିଆଁ ପାଖରେ ଥିବା ଧାନଗଦାକୁ ବ୍ୟାପି ଯାଇଥିଲା। ଗ୍ରାମବାସୀମାନେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। କିନ୍ତୁ ଦମକଳ ଗାଡ଼ି ନଆସିବାରୁ ପୋଖରୀରେ ପମ୍ପ ଲଗାଇ ନିଆଁକୁ ଆୟତ୍ତ କରାଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
୩ ଘଣ୍ଟା ପରେ ପହଞ୍ଚିଲା ଦମକଳ ଗାଡ଼ି
ଅଗ୍ନିକାଣ୍ଡରେ ଜଳିଗଲା ତିନି ବଖରା
/sambad/media/post_attachments/wp-content/uploads/2018/01/balipatana-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)