ଫାଷ୍ଟଫୁଡ୍‌ ଦୋକାନରେ ନିଆଁ

ଭୁବନେଶ୍ବର : ବୁଧବାର ସନ୍ଧ୍ୟାରେ ଗୋପବନ୍ଧୁ ଛକରେ ଥିବା ଫାଷ୍ଟଫୁଡ୍‌ ଦୋକାନ(ଗ୍ରିନ୍‌ ଚିଲି)ରେ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ଯୋଗୁଁ ନିଆଁ ଲାଗିଯିବାରୁ ଦୋକାନର ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳିଯାଇଛି। କର୍ମଚାରୀମାନେ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନଥିଲେ। ପରେ ସଚିବାଳୟ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଜନଗହଳିପୂର୍ଣ୍ଣ ରାସ୍ତା କଡ଼ରେ ଦୋକାନଟି ଥିବାରୁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ସମୟ ପାଇଁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ପରେ ଟ୍ରାଫିକ୍‌ ପୁଲିସ ପହଞ୍ଚି ଟ୍ରାଫିକ୍‌ ପରିଚାଳନା ଶୃଙ୍ଖଳିତ କରିଥିଲା। ତେବେ ଦୋକାନରେ ଏକାଧିକ ଗ୍ରାହକ ଥିଲେ ମଧ୍ୟ କେହି ଆହତ ହୋଇଥିବାର ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର