ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସୋମବାର ସନ୍ଧ୍ୟାରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସତ୍ୟନଗରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡ ଅତି ଭୟଙ୍କର ରୂପଧାରଣ କରିଥିବାରୁ ଏହା ସହଜରେ ନିୟନ୍ତ୍ରଣକୁ ଆସିପାରି ନାହିଁ। ରିପୋର୍ଟ ଲେଖାଯିବା ବେଳକୁ ଅଗ୍ନିଶମ ବାହିନୀର ୬ଟି ଟିମ୍ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି।
ଏହି ଖବର ପଢ଼ନ୍ତୁ: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ
ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ଯେ, ସତ୍ୟନଗରସ୍ଥିତ ଏକ ଇଲେକ୍ଟ୍ରୋନକ୍ସ ଗୋଦାମରେ ଅଗ୍ନିକାଣ୍ଡ ନେଇ ବିଳମ୍ବିତ ସନ୍ଧ୍ୟାରେ ସୂଚନା ମିଳିଥିଲା। ଏହି ଖବର ଆଧାରରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଥିଲା। ଆରମ୍ଭରୁ ୨ଟି ଗାଡ଼ିରେ ଆଗ୍ନିକମାନେ ପହଞ୍ଚି ଥିଲେ। ତେବେ ନିଆଁ ସେହି ସମୟ ବେଳକୁ ଅତି ଭୟଙ୍କର ରୂପ ନେଇ ସାରିଥିବାରୁ ପରବର୍ତ୍ତୀ ସମୟରେ ପୁଣି ୪ଟି ଗାଡ଼ି ଆସିଥିଲା। ଖୁବ୍ କମ ସମୟରେ ନିଆଁ ଏକ ଭୟଙ୍କର ରୂପ ନେଇଥିଲା।
ଏହି ଖବର ପଢ଼ନ୍ତୁ: ଶିକ୍ଷା ନିୟମରେ ବଡ଼ ପରିବର୍ତ୍ତନ: ଫେଲ୍ ହୋଇଥିବା ୫ମ-୮ମ ପିଲା ପାସ୍ ହେବେ ନାହିଁ
ସତ୍ୟନଗରସ୍ଥିତ ଏକ ଇଲେକ୍ଟ୍ରୋନକ୍ସ ଗୋଦାମରେ ଅଗ୍ନିକାଣ୍ଡ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ୬ଟି ଦମକଳ ଗାଡ଼ି ସମେତ ରୋବର୍ଟ ନିୟୋଜିତ ହୋଇଛନ୍ତି।
ଏହି ଖବର ପଢ଼ନ୍ତୁ: ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେଡି ଟିମ୍; ଆଣିଲେ ଏମିତି ଅଭିଯୋଗ
ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ସମତେ ରୋବର୍ଟକୁ ବ୍ୟବହାର କରାଯାଇଛି। ରୋବଟିକ୍ ଫାୟାର ଫାଇଟର ଏହି ମିସନରେ ସାମିଲ ହୋଇଛି। ନିଆଁ ଲିଭା କାମରେ ରୋବଟକୁ ପ୍ରଥମ ଥର ଲାଗି ବ୍ୟବହାର କରାଯାଇଛି । ତେବେ ଗୋଦାମରେ ନିଆଁ କେମିତି ଲାଗିଲା ତାହା ଜଣାପଡ଼ି ନାହିଁ। କିନ୍ତୁ ଏଠାରେ ଥିବା ବହୁ ସାମଗ୍ରୀ ଜଳି ଯାଇଥିବା ସୂଚନା ମିଳିଛି। ଅପରେସନ ଶେଷ ହେଲା ପରେ କ୍ଷୟକ୍ଷତି ନେଇ ଜଣାପଡ଼ିବ। ତେବେ ଅଗ୍ନିଶମ ବାହିନୀର ପୂର୍ବାନୁମାନ ଅନୁସାରେ ଏହା ସର୍ଟସର୍କିଟ୍ ହିଁ କାରଣ ହୋଇଥାଇପାରେ।
ଏହି ଖବର ପଢ଼ନ୍ତୁ: ସୋନାକ୍ଷୀଙ୍କୁ ନେଇ କୁମାର ବିଶ୍ବାସଙ୍କ ମନ୍ତବ୍ୟ ଯୋଗୁ ରାଜନୈତିକ ବିବାଦ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/12/23/0YULyqa9dD3QRNwa14x9.jpg)