ଅଗ୍ନିଶମ ବିଭାଗର ନୂଆ ଯୋଜନା : ଆଗ୍ରହୀ ପ୍ରାର୍ଥୀଙ୍କୁ ତାଲିମ ଦେବ ଅଗ୍ନିଶମ ବିଭାଗ

ଭୁବନେଶ୍ୱର : ଅଗ୍ନିଶମ ବିଭାଗ ଏକ ନୂଆ ଯୋଜନା ହାତକୁ ନେବାକୁ ଯାଉଛି। ଆଗ୍ରହୀ ଯୁବକଙ୍କୁ ବିଭାଗ ପକ୍ଷରୁ ନିଆଁ ଲିଭା କୌଶଳର ତାଲିମ୍‌ ପ୍ରଦାନ କରାଯିବ। ଏକ ମାସ ଧରି ଏହି ତାଲିମ ଚାଲିବ। ତାଲିମ ନେଇଥିବା ଯୁବକମାନଙ୍କୁ ବିଭାଗ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯିବ। ପରେ ତାଲିମପ୍ରାପ୍ତ ଯୁବକମାନେ ବିଭିନ୍ନ ଘରୋଇ ସଂସ୍ଥାରେ ଫାୟାର ସେଫ୍‌ଟି ସୁପରଭାଇଜର୍‌ ଭାବେ ନିଯୁକ୍ତି ପାଇ ପାରିବେ। ସ୍ନାତକୋତ୍ତର ପାସ କରିଥିବା ଯୁବକମାନେ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ୨୫ ହଜାର ଟଙ୍କା ଜମା କରିବାକୁ ପଡ଼ିବ।

ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କ ସୂଚନା ମୁତାବକ, ଅଗ୍ନିଶମ ବିଭାଗର ନିୟମ ଅନୁଯାୟୀ ଏହି ତାଲିମ ପ୍ରଦାନ କରାଯିବ। ଆଗ୍ରହୀ ପ୍ରାର୍ଥୀମାନେ ଭୁବନେଶ୍ୱର ଅଗ୍ନିଶମ ଏକାଡେମିରେ ଏହି ତାଲିମ ନେବେ। ତାଲିମ୍‌ ପରେ ପରେ ଯୁବକମାନେ ବିଭିନ୍ନ ତାରକା ହୋଟେଲ, ଆପାର୍ଟମେଣ୍ଟ, ଘରୋଇ ହସ୍ପିଟାଲ ଆଦିରେ ନିଯୁକ୍ତ ପାଇ ପାରିବେ। ଆସନ୍ତା ଏପ୍ରିଲ ମାସରୁ ଏହି ତାଲିମ୍‌ ପ୍ରଦାନ କରାଯିବ। ଗୋଟିଏ ବ୍ୟାଚ୍‌ରେ ଏକାବେଳକେ ୩୦ ଜଣ ତାଲିମ୍‌ ନେବେ ବୋଲି ଡିଜି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର