ଭୁବନେଶ୍ବର: ରାଜଧାନୀରେ ୟୁନିଟ୍ ୨ସ୍ଥିତ ଏକ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ,  ୧୩/୨ ନମ୍ବରର ସରକାରୀ କ୍ବାର୍ଟରରେ ବିସ୍ଫୋରଣରେ ନିଆଁ ଲାଗିଛି। ସକାଳ ପ୍ରାୟ ସାଢ଼େଟାରେ ନିଆ ଲାଗିଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗର ଗୋଟିଏ ୟୁନିଟ ନିଆଁଲିଭା କାମରେ ନିୟୋଜିତ ହୋଇଥିଲା ସଦ୍ୟତମ ଖବର ଅନୁଯାୟୀ, ଅଗ୍ନିଶମ ବିାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି। ଏହି ଅଗ୍ନିକାଣ୍ଡରେ
ବ୍ୟାପକ କ୍ଷୟକ୍ଷତି ହୋଇନଥିବା କୁହାଯାଉଛି।

Advertisment

ବଡ଼ ବିସ୍ପୋରକ ବାଣ ନଥିବା ହେତୁ ଅବସ୍ଥା ଶୀଘ୍ର ନିୟନ୍ତ୍ରଣକୁ ଆସିଛି। ଏଣେ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ଅଧିକାରୀ ଛାନଭିନ ଜାରି କରିଛନ୍ତି।

ଏହି ସରକାରୀ କ୍ବାର୍ଟରଟି ନିରଞ୍ଜନ ଲେଙ୍କାଙ୍କ ନାମରେ ରହିଛି । ସେ ଲୋକସେବା ଭବନରେ କାର୍ଯ୍ୟରତ। ସରକାରୀ ବାସଭବନରେ ତାଲା ପକାଇ ସେ ଚାଲିଯାଇଛନ୍ତି। ସକାଳୁ ସକାଳୁ ଘର ଧୂଆଁମୟ ହୋଇଥିଲା। କୁମ୍ପି ବାଣ ଫୁଟିଥିବା ଶୁଣିବାକୁ ପାଇଲି ବୋଲି ପଡ଼ୋଶୀ କହିଛନ୍ତି। ଆଗକୁ ତାଙ୍କ ଝିଅର ବାହାଘର ଅଛି। ସେଥିପାଇଁ ବୋଧେ ସେ ବାଣ ତିଆରି କରୁଥିଲେ କିମ୍ବା ଷ୍ଟକ୍ ରଖିଥିବା ବାଣ ଫୁଟିଥିବା ସନ୍ଦେହ କରିଛନ୍ତି ପଡ଼ୋଶୀ। ତେବେ ଏନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।