ବାରଙ୍ଗ : ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ଅଗ୍ନି ବିପଦ ଟଳିଲା। ରବିବାର ରାତି ସାରା ରାଜ୍ୟ ଉଦ୍ଭିଦ ଉଦ୍ୟାନର ଏସିଏଫ୍ ବନମାଳି ସାହୁ ଓ ରେଞ୍ଜ୍ ଅଫିସର କମଳ କୁମାର ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଉଦ୍ୟାନ କର୍ମଚାରୀମାନେ ନିଆଁକୁ ଜଗି ରହିଥିଲେ। ନିଆଁ ଅଧିକ ବ୍ୟାପିବାକୁ ଦେଇନଥିଲେ। ସୋମବାର ଛୁଟି ଥିଲେ ମଧ୍ୟ କର୍ମଚାରୀମାନେ ଜଙ୍ଗଲ ସାରା ବୁଲିବୁଲି ଜଳୁଥିବା ନିଆଁରେ ପାଣି ଢାଳିଥିଲେ। ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଜଙ୍ଗଲା ସାରା ବୁଲିବୁଲି ସେମାନେ ନିଆଁ ଜଳୁଥିବା ବା କୁହୁଳୁଥିବା ସ୍ଥାନରେ ପାଣି ଢାଳିଥିଲେ। ସୂଚନାଯୋଗ୍ୟ ରବିବାର ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରରେ ବାରଙ୍ଗ ଚନ୍ଦକା ମୁଖ୍ୟ ରାସ୍ତା ପାର୍ଶ୍ବ ଲେବର କଲୋନି ପଛକୁ ଥିବା ପାଚେରି ଆର ପଟେ ଫିସେରି ଜଙ୍ଗଲରେ ନିଆଁ ଲାଗିଥିଲା। ତିନିଟି ଦମକଳ ଲାଗି ନିଆଁକୁ ଆୟତ୍ତ କରିବା ପରେ ବି ମଝିରେ ମଝିରେ କୁହୁଳୁଥିଲା।
ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ନିଆଁ ଲିଭିଲା
/sambad/media/post_attachments/wp-content/uploads/2021/02/Baranga2.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)