ଚନ୍ଦ୍ରଶେଖରପୁର: ଆଜି ଅପରାହଣ୍ରେ ଗାଡ଼କଣ ଗୁରୁ କେଳୁଚରଣ ମହାପାତ୍ର ପାର୍କ ନିକଟରେ ଥିବା ବିଏମ୍ସି ଶୌଚାଳୟରେ ଅଗ୍ନିକାଣ୍ଡ ଘଟିଛି। ଲକ୍ଷାଧିକ ଟଙ୍କା ସମ୍ପତ୍ତି ଜଳି ଯାଇଛି। ନିଆଁ ଲାଗିବା ଦେଖି ସ୍ଥାନୀୟ ଯୁବକ ଅଭି ବାରିକ ଚନ୍ଦ୍ରଶେଖରପୁର ଦମକଳ ବିଭାଗକୁ ସୂଚନା ଦେଇଥିଲେ। ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ଘଟଣା ଅନୁଯାୟୀ ଶୌଚାଳୟରେ ପ୍ରମୋଦ ନାମକ ଜଣେ କେୟାରଟେକର ଥିଲେ। ସେ ପରିବାର ସହ ସେଠାରେ ରହୁଥିଲେ। ତାଙ୍କ ପତ୍ନୀ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଶୌଚାଳୟଟି ପୋଡ଼ିଯାଇଥିଲା। ପ୍ରମୋଦର ପରିବାର ଲୋକ ବାହାରକୁ ପଳାଇ ଆସିବାରୁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।
ବିଏମ୍ସି ଶୌଚାଳୟରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2019/12/d5h4fh4sf56h4sf56h4sf5h4sf5h4sf56h4sf56h4sf56h.jpg)
/sambad/media/agency_attachments/2024-07-24t043029592z-sambad-original.webp)