ଶାନ୍ତିସ୍ତୂପ ଜଙ୍ଗଲରେ ନିଆଁ

ଧଉଳି: ଧଉଳି ଶାନ୍ତିସ୍ତୂପ ପରିସର (ମହୋତ୍ସବ ପଡ଼ିଆ ପାର୍ଶ୍ବ)ରେ ଥିବା ଜଙ୍ଗଲରେ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ହଠାତ ଅଗ୍ନିକାଣ୍ଡ ଘଟି ବ୍ୟାପକ ଗଛ ନଷ୍ଟ ହୋଇଯାଇଛି। ଏ ସଂପର୍କରେ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗ ଓ ଧଉଳି ଥାନାକୁ ଫୋନ କରି ଜଣାଇଥିଲେ।  କଳ୍ପନା ଛକସ୍ଥିତ ଦମକଳ କେନ୍ଦ୍ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ହେଲେ ସେତବେଳକୁ ଆକାଶିଆ, କରଞ୍ଜ, ଜାମୁ ଓ କାଜୁବାଦାମ ଭଳି ବହୁ ମୂଲ୍ୟବ‌ାନ ଗଛ ପୋଡ଼ି ନଷ୍ଟ ହୋଇଯାଇଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ କେହି ଅସାମାଜିକ ବ୍ୟକ୍ତି ଏଭଳି କାଣ୍ଡ କରିଥିବା ଜଣେ ଗ୍ରାମବାସୀ ସୂଚନା ଦେଇଛନ୍ତି। ପାଖାପାଖି ଏକ ଏକର ପରିମିତ ଜଙ୍ଗଲ ପୋଡ଼ିଯାଇଥିବା ଜଣେ  ବିଭାଗୀୟ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର