ବାଲିପାଟଣା : ବାଲିପାଟଣା ଥାନା ଅନ୍ତର୍ଗତ ଆଳିଶି ଶାସନ ଗାଁ ମୁଣ୍ଡରେ ଥିବା ଏକ ଗ୍ୟାସ୍ ଗୋଦାମ କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ସନ୍ଧ୍ୟା ପ୍ରାୟ ସାଢେ ସାତଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଗାଁ ଲୋକେ କହିଛନ୍ତି। ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ। ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗର ସୂଚନା ମୁତାବକ ଅଗ୍ନିକାଣ୍ଡରେ ଅଫିସ୍ରେ ଥିବା ସମସ୍ତ ଜିନିଷପତ୍ର ଜଳିଯାଇଛି। ଅଫିସ୍ରେ ଥିବା କମ୍ପ୍ୟୁଟର, ପ୍ରିଣ୍ଟର୍, ଟେବୁଲ, କାଗଜପତ୍ର ସହ ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି। ବାଲିପାଟଣାରୁ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଗାଁ ଲୋକେ ନିଆଁକୁ ଆୟତ୍ତ କରି ନେଇଥିଲେ। ଗ୍ୟାସ୍ ଗୋଦାମ୍ଟି ଗାଁମୁଣ୍ଡରେ ଥିବାରୁ ଅଗ୍ନିକାଣ୍ଡ ହେବାକ୍ଷଣି ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା ଓ ସମସ୍ତେ ମିଳିମିଶି ନିଆଁକୁ ଆୟତ୍ତ କରିନେଇଥିଲେ। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ବଡ଼ ଧରଣର ବିପଦ ଟଳିଯାଇଥିବା କୁହାଯାଉଛି।
ଗ୍ୟାସ୍ ଗୋଦାମ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2018/01/balipatana-2.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)