କୋଳଥିଆ ସତ୍ୟସାଇ ଏନକ୍ଲେଭ୍‌ ନିକଟସ୍ଥ ଏକ ଡୁପ୍ଲେକ୍ସ ତଳ ମହଲାରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ଗୁରୁବାର ଅପରାହ୍ନରେ କୋଳଥିଆ ସତ୍ୟସାଇ ଏନକ୍ଲେଭ୍‌ ନିକଟସ୍ଥ ଏକ ଡୁପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ତଳମହଲାରେ ରହୁଥିବା ଉମାଶଙ୍କର ମିଶ୍ରଙ୍କର ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ମିଳିଛି। ନିଆଁ ଉପରମହଲାକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ କର୍ମଚାରୀ, ପୁଲିସ ଓ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର