ବସେରା ହୋଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ବାପୁଜୀନଗର ସ୍ଥିତ ବସେରା ହୋଟେଲ ପରିସରରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ସିଡ଼ିଘରେ ଥିବା ଇଲେକ୍ଟ୍ରିକ୍‌ ପ୍ୟାନେଲ୍‌ ବୋର୍ଡରେ ନିଆଁ ଲାଗିବାରୁ ସମଗ୍ର ହୋଟେଲ ପରିସର ଧୂଆଁମୟ ହୋଇ ଯାଇଥିଲା। ହୋଟେଲ ପରିସରରେ ଥିବା ଏକାଧିକ ବେସରକାରୀ କାର୍ଯ୍ୟାଳୟର କର୍ମଚାରୀ ଓ ଗ୍ରାହକ ଭୟଭୀତ ହୋଇ ବାହାରି ଆସିଥିଲେ। ଖବର ପାଇ କଳ୍ପନା ଛକରେ ଥିବା‌ ଦମକଳ ବାହିନୀ ତୁରନ୍ତ ପହଞ୍ଚିଥିଲା ଏବଂ ନିଆଁକୁ ଆୟତ୍ତ କରି ନେଇଥି‌ଲା। ଫଳରେ ହୋଟେଲର ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଇଲେକ୍ଟ୍ରିକ୍‌ ପ୍ୟାନେଲ୍‌ ବୋର୍ଡରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର