ଭୁବନେଶ୍ବର: ଆଜି ସଂଧ୍ୟାରେ ଗାଡ଼କଣସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ପାର୍କରେ ହଠାତ୍ ନିଆଁ ଲାଗିଯାଇଛି। ପାର୍କରେ ଭିଡ଼ ଥିଲେ ହେଁ ନିଆଁ ବ୍ୟାପିବା ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିନିଆଯିବାରୁ ଶତାଧିକ ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିବା ସମୟରେ ପାର୍କରେ ବହୁ ବରିଷ୍ଠ ନାଗରିକ ଏବଂ ଛୋଟ ପିଲା ଥିବାରୁ ଧାଁ ଧପଡ଼ ଭିତରେ ତଳେ ପଡ଼ି ଖଣ୍ଡିଆଖାବରା ହୋଇଛନ୍ତି।ପାର୍କରେ ପ୍ରାୟ ଅଧ ଘଣ୍ଟା ଧରି ନିଆଁ ହୁତୁହୁତୁ ହୋଇ ଜଳିବାରୁ ବହୁ ଅର୍ଣ୍ଣାମେଣ୍ଟାଲ ଗଛ, ଘାସ ଗାଲିଚା ଆଦି ପୋଡ଼ି ଯାଇଛି। ଖରାରେ ଶୁଖି ଯାଇଥିବା ଘାସ ଓ ଗଛଗୁଡ଼ିକରେ ନିଆଁ ଲାଗିଯିବାରୁ ଏହା ହଠାତ୍ ବ୍ୟାପୀ ଯାଇଥିଲା। ପ୍ରାୟ ୩୦୦ରୁ ୪୦୦ ମିଟର ପର୍ଯ୍ୟନ୍ତ ନିଆଁ ଖେଦି ଯାଇଥିଲା। ପ୍ରବଳ ଧୂଆଁ ବାହାରିବାରୁ ପାର୍କର କର୍ମଚାରୀମାନେ ଲୋକଙ୍କୁ ପାର୍କ ବାହାରକୁ ନେଇ ଅଗ୍ନିଶମ ବିଭାଗକୁ ଡାକିଥିଲେ। ଦମ୍କଳ ଗାଡ଼ି ଆସି ନିଆଁ ଲିଭାଇଥିଲା। ଫଳରେ ପୂରା ପାର୍କ ହୁତୁହୁତୁ ଜଳିବା ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇପାରିଥିଲା। ବିଡିଏ ପରିଚାଳିତ ଏହି ପାର୍କ ଉଦ୍ଘାଟନ ହେବା ଦିନରୁ ପୂରା ଅଣଦେଖା ହୋଇ ରହିଥିଲା। ଅନ୍ୟ ପାର୍କଗୁଡ଼ିକରେ ନିୟମିତ ଅଳିଆ ଉଠୁଥିବାବେଳେ ଏଠାରେ ସଫେଇ ହୁଏ ନାହିଁ। ଯେଉଁଥିପାଇଁ ଆଜି ପାର୍କରେ ନିଆଁ ଲାଗିଲା ବୋଲି କୁହାଯାଉଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ପାର୍କର ପଛପାର୍ଶ୍ବ ଦୀର୍ଘ ଦିନ ହେଲା ଅଣଦେଖା ହୋଇପଡ଼ିଥିଲା। ଏ
ଗୁରୁ କେଳୁଚରଣ ମହାପାତ୍ର ପାର୍କରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ
/sambad/media/post_attachments/wp-content/uploads/2019/03/Untitled-22-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)