ଭୁବନେଶ୍ୱର : ଶୁକ୍ରବାର ବିଳମ୍ବିତ ରାତିରେ ସହିଦନଗର ଥାନା ଅଧୀନ ବାଣୀବିହାର କିନ୍ନର ବସ୍ତିରେ ନିଆଁ ଲାଗିଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ୪ରୁ ଅଧିକ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ସମୟରେ ଘରେ କେହି ନଥିବା ପୁଲିସ ସୂଚନା ଦେଇଛି। ଖବର ପାଇ କଳ୍ପନା ଅଗ୍ନିଶମ କେନ୍ଦ୍ରର ୨ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ରାତି ପ୍ରାୟ ୧୨ଟା ବେଳେ ହଠାତ ବସ୍ତିରେ ନିଆଁ ଜଳୁଥିବା ସେମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ସଙ୍ଗେସଙ୍ଗେ ଅଗ୍ନିଶମ କେନ୍ଦ୍ର ଓ ସହିଦ ନଗର ପୁଲିସକୁ କୁ ଫୋନ କରି ସୂଚନା ଦେଇଥିଲେ। ୧୦ ମିନିଟ୍ ମଧ୍ୟରେ କଳ୍ପନା ଛକରୁ ଏକ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ଘରଗୁଡ଼ିକରେ ମହିଳାମାନେ ରୁହନ୍ତି। ହେଲେ ଆଜି କେହି ନଥିଲେ କି କିଛି ସାମଗ୍ରୀ ନ ଥିବାରୁ ଅଗ୍ନିକାଣ୍ଡ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ବାଣୀବିହାର କିନ୍ନର ବସ୍ତିରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2019/12/kinner.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)