ବାଲିଅନ୍ତା : ଶନିବାର ଅପରାହ୍ଣରେ ସ୍ଥାନୀୟ ଜଗନ୍ନାଥପୁରସ୍ଥିତ ଓମଫେଡ୍ ତାଲିମ୍ କେନ୍ଦ୍ର ପରିସରରେ ହଠାତ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ତାଲିମ କେନ୍ଦ୍ର ପରିସରରେ ପାଖାପାଖି ଏକ ଏକର ପରିମିତି ଅଞ୍ଚଳରେ ଥିବା ଅନାବନା ଗଛଲତା ପୋଡ଼ି ପାଉଁଶ ହୋଇଯାଇଛି। ନିଆଁର ପ୍ରକୋପ କାର୍ଯ୍ୟାଳୟ ସମ୍ମୁଖ ଅଂଶ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା। ଖବର ପାଇ ବାଲିଅନ୍ତା ଦମକଳ ସେବା କେନ୍ଦ୍ର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ତାଲିମ କେନ୍ଦ୍ରରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ଓ ଆବଶ୍ୟକ କାଗଜପତ୍ର ଅଳ୍ପକେ ରକ୍ଷା ପାଇଗଲା ବୋଲି କୁହାଯାଉଛି।
ବାଲିଅନ୍ତା : ଓମଫେଡ୍ ତାଲିମ କେନ୍ଦ୍ରରେ ନିଆଁ
/sambad/media/post_attachments/wp-content/uploads/2021/03/balianta-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)