ବାଲିଅନ୍ତା : ବାଳକାଟିସ୍ଥିତ ବନବିଭାଗ କାର୍ଯ୍ୟାଳୟ ଅଧୀନରେ ଥିବା ରଣପୁର ଗ୍ରାମ ଜଙ୍ଗଲରେ ଆଜି ସଂଧ୍ୟାରେ ପୁଣି ଥରେ ନିଅାଁ ଲାଗି ବହୁ ପରିମାଣର ଜଙ୍ଗଲି ଗଛ ଜଳିଯାଇଛି । ଖବର ପାଇ ଉଭୟ ବାଲିପାଟଣା ଓ ବାଲିଅନ୍ତା ସ୍ଥିତ ଦମକଳ ବାହିନୀ କର୍ମଚାରୀମାନେ ବହୁ ବିଳମ୍ବରେ ପହଞ୍ଚିଥିଲେ । ହେଲେ ଉପରୋକ୍ତ ପ୍ରକଳ୍ପକୁ ଯାତାୟାତ ପାଇଁ ଭଲ ରାସ୍ତା ନଥିବାରୁ ସେଠାରୁ ଫେରିଯାଇଥିଲେ । ଏନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଗ୍ରାମବାସୀମାନେ ଠେଙ୍ଗାରେ ପିଟିପିଟି ନିଅାଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ମେସିନ୍ରେ ଧାନକାଟି ସାରିବା ପରେ କୁଟା ନିଅାଁରୁ ଜଙ୍ଗଲରେ ଥିବା ପାଖାପାଖି ୧୫୦୦ ବିଭିନ୍ନ କିସମ ଗଛ ଜଳିଯାଇଥିବା ବେଳେ ଆଜି ଜଙ୍ଗଲର ୩ଏକର ପରମିତ ଉକ୍ତ ଉଜୁଡ଼ା ପାର୍ଶ୍ୱ ସହିତ ଆଉ କିଛି ଅଂଶ ପୋଡ଼ିଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରଣପୁର ଜଙ୍ଗଲରେ ପୁଣି ନିଅାଁ
/sambad/media/post_attachments/wp-content/uploads/2018/02/fire-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)