ବାଲିଅନ୍ତା : ବାଳକାଟି ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ଅଧୀନରେ ଥିବା ରଣପୁର ଗ୍ୟାମ୍ୟ ଜଙ୍ଗଲରେ ମଙ୍ଗଳବାର ରାତିରେ ନିଅାଁ ଲାଗିଯାଇ ବହୁଗଛ ଜଳିଯାଇଛି। ଜଣେ ଚାଷୀ ମେସିନ୍ରେ ଧାନକାଟିନେବା ପରେ ବିଲରେ ବିକ୍ଷିପ୍ତ ହୋଇପଡ଼ିଥିବା କୁଟା ସଫାକରିବା ପାଇଁ ନିଅାଁ ଲଗାଇ ଦେଇଥିଲେ। ଫଳରେ ବିଲରୁ କୁଟା ନିଅାଁ ସିଧା ଜଙ୍ଗଲ ଆଡ଼କୁ ଉଡ଼ିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଦୁଇ ଏକର ପରିମିତ ଜମିରେ ଥିବା ପାଖାପାଖି ୧୫୦୦ ବିଭିନ୍ନ କିସମର ଗଛ ପୋଡ଼ିଯାଇଥିବା ଜଣାପଡ଼ିଛି। ସ୍ଥାନୀୟ କିଛି ଲୋକ ନିଅାଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। କ୍ଷେତକୁ ଲାଗିଥିବା ଜଙ୍ଗଲରୁ ଅନାବନା ଗଛଲତା ସଫା କରିବା ନେଇ ବନ ବିଭାଗର ଚରମ ଅବହେଳା ଯୋଗୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଗ୍ରାମବାସୀ କହିଛନ୍ତି। ପୁନର୍ବାରେ ଉକ୍ତ ସ୍ଥାନରେ ଉପରୋକ୍ତ ବିଭିନ୍ନ କିସମର ଚାରାରୋପଣ କରାଯିବା ସହ ଜଙ୍ଗଲକୁ ସୁରକ୍ଷିତ ରଖିବା ଦିଗରେ ଜିଲ୍ଲା ବନଖଣ୍ଡ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି । ସୂଚନାଯୋଗ୍ୟ ଯେ ଗତ ୨୦୧୪ / ୧୫ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୧୫ ଏକର ପରିମିତ ଏହି ନୂତନ ଜଙ୍ଗଲରେ ୬୦୦୦ରୁ ଅଧିକ ଗଛ ଲଗାଯାଇଥିଲା।
ରଣପୁର ଗ୍ରାମ୍ୟ ଜଙ୍ଗଲରେ ନିଅାଁ : ୧୫ ଶହ ଗଛ ଜଳିଗଲା
/sambad/media/post_attachments/wp-content/uploads/2018/01/balianta-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)