ଧଉଳି : ସନ୍ଧ୍ୟା ସାଢ଼େ ୭ଟା। ହଠାତ୍ ନିଅାଁ ଲାଗି ଧଉଳି ଶାନ୍ତିସ୍ତୁପ ପରିସରସ୍ଥ ଧବଳେଶ୍ୱର ମନ୍ଦିର ପାର୍ଶ୍ୱରେ ଥିବା ସୁଦର୍ଶନ ଦାଶଙ୍କ କାଜୁ ଦୋକାନ ଜଳିପୋଡ଼ି ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ସୁଦର୍ଶନଙ୍କ ଦୋକାନରେ ଥିବା ଜେରକ୍ସ ମେସିନ୍, ଫ୍ୟାନ, ଫ୍ରିଜ୍ ଓ ଆଇସି ବକ୍ସ ସମେତ କାଜୁ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଛି। ଏହି ଅଘଟଣରେ ତାଙ୍କର ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ନିଆଁ ଲାଗିଥିବାର ସୂଚନା ମିଳିବା ପରେ ଧଉଳି ଥାନା ଅଧିକାରୀ ଓ ପିସିଆର ଭ୍ୟାନ ସହିତ କଳ୍ପନାଛକ ସ୍ଥିତ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ। ହେଲେ ସେତେବେଳକୁ ଦୋକାନଟି ସଂପୂର୍ଣ୍ଣ ଜଳିଯାଇଥିଲା। ଦୋକାନରୁ ନିଅାଁ ଲାଗିଥିବା ଜଙ୍ଗଲକୁ ବ୍ୟାପିଯାଇଥିଲା। ଫଳରେ ସେଠାରେ ଥିବା ଏକ ନଡ଼ିଆ ଗଛ ସମେତ ଅନ୍ୟାନ୍ୟ ଗଛ ପୋଡ଼ିଯାଇଥିଲା। ତେବେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଅାଁକୁ ଆୟତ୍ତ କରିନେବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।
ଜଳିଗଲା କାଜୁ ଦୋକାନ
/sambad/media/post_attachments/wp-content/uploads/2018/02/fire-2.jpg)