ଖଣ୍ଡଗିରି : ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସ୍ଥାନୀୟ ଘାଟିକିଆସ୍ଥିତ ବିଏସ୍ଏନ୍ଏଲ୍ ଟେଲିକମ୍ ଷ୍ଟୋର୍ରେ ଅଗ୍ନିକାଣ୍ଡ ଘଟି ବିପୁଳ କ୍ଷୟକ୍ଷତି ଘଟିଛି। ଭୁବନେଶ୍ୱରର ଦୁଇଟି ଦମକଳ ବାହିନୀ ନିଅାଁକୁ ଆୟତ୍ତ କରିଥିଲେ ବି ଲକ୍ଷାଧିକ ଟଙ୍କା ମୂଲ୍ୟର ମୂଲ୍ୟବାନ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
ସୂଚନାନୁସାରେ ଏହି ଷ୍ଟୋର୍ର ପଛ ପଟ ଜଙ୍ଗଲିଆ ହୋଇଥିଲା। କୌଣସି କାରଣରୁ ପ୍ରଥମେ ସେହି ଜଙ୍ଗଲିଆ ଅଞ୍ଚଳରେ ନିଅାଁ ଲାଗି ଯାଇଥିଲା ଓ ପରେ ଏହା ଷ୍ଟୋର୍ ରୁମ୍କୁ ବ୍ୟାପିଥିଲା। ଖବର ପାଇ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଷ୍ଟୋର୍ରେ ଥିବା କେବୁଲ୍, ବ୍ୟାଟେରି, ମଟର ଓ ଅନ୍ୟ ଉପରକଣ ସବୁ ପୋଡ଼ି ଛାରଖାର ହୋଇଯାଇଥିଲା। ତଥାପି ୧୪ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଏହି ନିଅାଁକୁ ଆୟତ୍ତ କରିବା ପାଇଁ ପ୍ରାୟ ଏକ ଘଣ୍ଟା ଲାଗି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/fore.jpg)