ଭୁବନେଶ୍ୱର: ୟୁନାଇଟେଡ୍‌ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଥିବା ୟୁନାଇଟେଡ୍‌ ବ୍ୟାଙ୍କ ଶାଖାରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ରାତି ପ୍ରାୟ ୨ଟା ୧୫ ମିନିଟ ସମୟରେ ଦମକଳ ପହଞ୍ଚି ନିଆଁକୁ ଆୟତ କରିଛି। ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଥିିବା ବେଳେ ପ୍ରକୃତ କାରଣ ଜଣାପଡ଼ି ନାହିଁ। ଗୁରୁତ୍ୱପୂର୍ଣ୍ଣ ହେଉଛି, ଅଗ୍ନିକାଣ୍ଡରେ ବ୍ୟାଙ୍କର କିଛି ଅଂଶରେ ଥିବା ବହୁ କାଗଜପତ୍ର ଓ କମ୍ପ୍ୟୁଟର ପୋଡ଼ି ଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର