ଭୁବନେଶ୍ବର : ମାର୍କେଟ୍ ବିଲ୍ଡିଂସ୍ଥିତ ଉଷା ଇଲୋକ୍ଟ୍ରେନିକ୍ସ ସୋ’ରୁମ୍ରେ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୧୦ଲକ୍ଷ ଟଙ୍କାର ଫ୍ୟାନ୍, ଡିସ୍ପ୍ଲେ ବୋର୍ଡ ଓ ବିଦ୍ୟୁତ୍ ଯନ୍ତ୍ରାଂଶ ପୋଡ଼ିଯାଇଛି। ୬ଟି ଦମକଳ ଗାଡ଼ି ଓ ଅଗ୍ନିଶମ ବାହିନୀ ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ କରିବା ପରେ ନିଆଁକୁ ନିୟନ୍ତ୍ରଣକୁ ଆସିଥିଲା। ସୋ’ରୁମ୍ର ମ୍ୟାନେଜରଙ୍କ ସୂଚନାନୁସାରେ, ଆଜି ରାତି ପ୍ରାୟ ୮ଟା ୪୫ରେ ସୋ’ରୁମ୍ ବନ୍ଦ କରାଯାଇଥିଲା। ରାତି ପ୍ରାୟ ୧୦ଟା ବେଳେ ସେ ନିଆଁ ଲାଗିଥିବା ଖବର ପାଇଥିଲେ। ପ୍ରାୟ ସାଢ଼େ ୧୧ଟା ବେଳକୁ ନିଆଁ ଆୟତ୍ତ ହୋଇଥିଲା। ସର୍ଟସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଉଷା ସୋ’ରୁମ୍ରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2022/09/usha-showroom.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)