ଉତ୍କଳ ବିଶ୍ବବିଦ୍ୟାଳୟ ପରିସର ଜଙ୍ଗଲରେ ନିଆଁ

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲାଗିଛି ନିଆଁ। ଆଜି ଦିନ ପ୍ରାୟ ଦଶଟା ବେଳେ ୫ ନମ୍ବର ଛାତ୍ରୀନିବାସ ସମ୍ମୁଖରେ ଥିବା ଜଙ୍ଗଲରେ ନିଆଁ ଲାଗିଥିଲା। ହଠାତ୍‌ ନିଆଁ ଲାଗିଥିବା ଦେଖିବା ପରେ ଛାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। କେହି ବି ଛାତ୍ରୀ ହଷ୍ଟେଲ ବାହାରକୁ ଆସି ନଥିଲେ। ଏନେଇ ସେମାନେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ଖବର ଦେବା ପରେ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର ଗୋଟିଏ ଗାଡ଼ି ସହ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଗଛ ପୋଡ଼ି ଯାଇଛି। ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ବିଶ୍ବବିଦ୍ୟାଳୟ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ। କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ କିଛି ମାସ ତଳେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟରେ ନିଆଁ ଲାଗିଥିଲା। ସେଥିରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ପାଉଁଶ ହୋଇଥିଲା। ବିଶ୍ୱବିଦ୍ୟାଳୟ କତୃପକ୍ଷ ଘଟଣାର ତଦନ୍ତ କଲେନି କି ଦୋଷୀ ଧରା ହେଲେନି। ସବୁ କିଛି ଚାପି ଦିଆଗଲା।

ସମ୍ବନ୍ଧିତ ଖବର