ଭୁବନେଶ୍ୱର ସପିଂ ମଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରର ଡମଣା ଛକରେ ଥିବା ‘ଭେନସ ଡେଲି ମାର୍ଟ’ନାମକ ଏକ ସପିଂ ମଲର ଦ୍ୱିତୀୟ ମହଲାରେ ନିଆଁ ଲାଗିଛି। ଖବର ପାଇ ଚନ୍ଦ୍ରଶେଖରପୁର , ଭୁବନେଶ୍ୱର ଓ ସେକ୍ରେଟେରିଏଟ୍‌ ଫାୟାରଷ୍ଟେସନର ୬ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଥିିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାର୍ହିଁ।

ସମ୍ବନ୍ଧିତ ଖବର