ଭିଏସ୍‌ଏସ୍‌ ନଗରରେ ଅଗ୍ନିକାଣ୍ଡ, ୫ ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ

ଭୁବନେଶ୍ୱର : ବୁଧବାର ବିଳମ୍ବିତ ରାତିରେ ସହିଦନଗର ଥାନା ଅଧୀନ ଭିଏସ୍‌ଏସ୍‌ନଗର ଥିବା ଦୁଇଟି ଦୋକାନରେ ଅଗ୍ନିକାଣ୍ଡ ଘଟି ୫ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସୂଚନାନୁଯାୟୀ ବୁଧବାର ରାତି ପ୍ରାୟ ରାତି ୧୨.୩୦ ବେଳେ ଅର୍ଜୁନ ମହାରଣାଙ୍କ ଫର୍ଣ୍ଣିଚର ଦୋକାନ ଓ ଦେବରାଜ ସେଠୀଙ୍କ ଲଣ୍ଡ୍ରି ଦୋକାନରେ ସଟ୍‌ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ୨ଟି ଦୋକାନ ସଂପୂର୍ଣ୍ଣ ଜଳି ଯାଇଥିଲା।

ସମ୍ବନ୍ଧିତ ଖବର