ବାଣ ବଜାର ଗରମ, ଏମ୍‌ଆର୍‌ପିରୁ ଅଧିକ ମୂଲ୍ୟରେ ବାଣ ବିକ୍ରି

ବାଣ ବିକ୍ରି ସ୍ଥାନ

ଭୁବନେଶ୍ବର: ଦୀପାବଳିକୁ ରଙ୍ଗିନ କରିବା ପାଇଁ ଆଲୋକମାଳାରେ ସଜେଇ ହେଲାଣି ‌ଘରଦ୍ବାର। ଦୁଇଦିନର ଲଗାଣ ବର୍ଷା ପରେ ଆଜି ଖରା ଦେଖିବା ପରେ ଆତସବାଜି ପ୍ରଦର୍ଶନ କରିବାକୁ ମନରେ ଉତ୍ସାହ ଜାଗିଛି। ଏନେଇ ବାଣ କିଣିବା ପାଇଁ ଆଜି ଯେମିତି ଏକରକମ ପ୍ରତିଯୋଗିତା ଚାଲିଥିଲା। ଭୁବନେଶ୍ବରରେ ୧୭୨ଟି ଲାଇସେନ୍‌ସ ପ୍ରାପ୍ତ ବାଣ ଦୋକାନ ଖୋଲିଥିବା ବେଳେ ସବୁ ଦୋକାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। କେବଳ ବାଣ ନୁହେଁ ଆଲୋକମାଳାରେ ଘର ସଜାଇବା ପାଇଁ ଆଜି ଲିଚୁ ମାଳା କିଣିବାକୁ ବି ଅସ୍ଥାୟୀ ଦୋକାନମାନଙ୍କରେ ଭିଡ଼ ଜମିଥିଲା। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ମୃତ୍ତିକା’ ପ୍ରଦର୍ଶନୀରେ ମାଟି ଦୀପ କିଣିବାକୁ ପ୍ରବଳ ଭିଡ଼ ହୋଇଥିଲା।

ଏମ୍‌ଆର୍‌ପିରୁ ଅଧିକ ମୂଲ୍ୟରେ ବାଣ ବିକ୍ରି
କିଛି ସ୍ଥାନରେ ବାଣ ଏମ୍‌ଆର୍‌ପି ମୂଲ୍ୟଠାରୁ ମଧ୍ୟ ଅଧିକ ଦାମ୍‌ରେ ବିକ୍ରି ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏନେଇ ୧ ନମ୍ବରରେ ବାଣ ‌ପସରା ଖୋଲିଥିବା ସୂର୍ଯକାନ୍ତ ମହାପାତ୍ରଙ୍କ କହିବା ମୁତାବକ, ୨୦୧୮-୧୯‌ରେ ଯେଉଁ ବାଣ ମାନୁଫାକ୍‌ଚିରିଂ ହୋଇ ଆସିଛି ସେଗୁଡ଼ିକ ନିର୍ଧାରିତ ମୂଲ୍ୟରୁ ମାତ୍ର ଅଳ୍ପ ପ୍ରତିଶତ କମ୍‌ ଦରରେ ପାଇକାରୀ ବଜାରରୁ କିଣିବାକୁ ପଡ଼ିଛି। ଏଣେ ଯେଉଁଠି ଆମେ ବ୍ୟବସାୟ କରୁଛୁ ସେଠାରେ ପଡ଼ିଆରେ ଟେଣ୍ଟ୍‌, ଲାଇଟ୍‌ ସହ ଜିଏ, ଫାୟାର, ଟ୍ରାଫିକ୍, ଡିସିପି, ରେଡ୍‌କ୍ରସ୍‌ ପାଇଁ ନିର୍ଧାରିତ ଦେୟ ବାବଦରେ ୩୫ରୁ ୪୦ ହଜାର ଟଙ୍କା ଖର୍ଚ ହୋଇଯାଉଛି। ଫଳରେ ଯେଉଁ ବାଣ ପାଇକାରୀ ଦରରେ ଆଣିଛୁ ସେଗୁଡ଼ିକ ସୂଚିତ ମୂଲ୍ୟରେ ବିକିବା ବଦଳରେ ଆମେ ଅଧିକ ଦରରେ ବିକିବାକୁ ବାଧ୍ୟ ହେଉଛୁ। ଫଳରେ ଏନେଇ କିଛି ଗ୍ରାହକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଦିଆଯିବ। ବିଶେଷ କରି ବର୍ଣ୍ଣ ୱାର୍ଡ ଉପରେ ଅଧି

ବାଣ ବିକ୍ରି ସ୍ଥାନ
୧ ନମ୍ବର ପଡ଼ିଆ, ବରମୁଣ୍ଡା ଖେଳ ପଡ଼ିଆ, ଖଣ୍ଡଗିରି ଜାଗମରା ଯାତ୍ରା ପଡ଼ିଆ, ତମାଣ୍ଡୋ ପଡ଼ିଆ, ଇନ୍‌ଫୋସିଟି ପଟିଆ ପଡ଼ିଆ, ଚନ୍ଦ୍ରଶେଖରପୁର ଡମଣା ଦୁର୍ଗାପୂଜା ପଡ଼ିଆ, ସୁନ୍ଦରପଦାର ବୋତଣ୍ଡା, ବିବେକାନନ୍ଦ ମାର୍ଗ ସାନିଟୋରିୟମ ଛକ, ବଡ଼ଗଡ଼, ନୂଆପଲ୍ଲୀ, କସ୍‌ମୋପଲିସ, ପୋଖରୀପୁଟରେ ଲାଇସେନ୍‌ସପ୍ରାପ୍ତ ବାଣ ଦୋକାନ ଖୋଲିଥିବା ବେଳେ ସେଠାରେ ଦିନ ତମାମ ଭିଡ଼ ଲାଗିଥିଲା। ଦୋକାନକୁ ଟିଣ ଚାଦରରେ ତିଆରି କରିବା ସହ ବାଲି ଓ ପାଣି ଡ୍ରମ୍‌ ରଖାଯାଇଛି। ୩୦ରୁ ଅଧିକ ବାଣ ଦୋକାନ ଖୋଲା ହେବା ସ୍ଥାନରେ ଦମକଳ ଗାଡ଼ି ୨୪ ଘଣ୍ଟା ରଖାଯାଉଛି। ବିଶେଷକରି ଜଟଣୀ ବାଣ ବଜାରକୁ ଆଜି ଅନେକଙ୍କ ସୁଅ ଛୁଟିଥିଲା। ଫଳରେ ଭୂଆସୁଣି ମନ୍ଦିରରୁ ଜଟଣୀ ପର୍ଯ୍ୟନ୍ତ ରାସ୍ତା ଜାମ୍‌ ହୋଇଯାଇଥିଲା

ସମ୍ବନ୍ଧିତ ଖବର