ଇଭି ସୋରୁମ୍‌ରେ ଅଗ୍ନିକାଣ୍ଡ: ଜଳିଗଲା ୧୦ ସ୍କୁଟି

ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ କଟକ ରୋଡ୍‌ସ୍ଥିତ ପିଓର୍‌ କେ.କେ ଟ୍ରେଡିଂ ଇଲୋକ୍ଟ୍ରୋନିକ୍ସ ଗାଡ଼ି ସୋ’ରୁମ୍‌‌‌ରେ ଅଗ୍ନିକାଣ୍ଡ ଘଟି ୧୦ଟି ଇଭି ସ୍କୁଟି ନଷ୍ଟ ହୋଇଯାଇଛି। ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି। ସୂଚନାନୁସାରେ, ଆଜି ଦିନ ପ୍ରାୟ ୧୦ଟା ୪୫ରେ ସୋ’ ରୁମ୍‌ରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଦୋକାନୀମାନେ ଦେଖିଥିଲେ।

ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ୪୫ ମିନିଟ୍‌ର କସରତ୍ ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ପ୍ରାୟ ୧୦ଟି ଗାଡ଼ି ଜଳି ଯାଇଥିଲା। ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ଅଗ୍ନିଶମ ବାହିନୀ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର