ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ପରିସରରେ  ଅଗ୍ନିଶମ ସେବାକେନ୍ଦ୍ର ଖୋଲିବ । ଯାହାକି ଏକ ଭଲ ଖବର ବୋଲି କୁହାଯାଉଛି। ମଙ୍ଗଳବାର ଏମ୍ସ ପରିସରରେ ଅଗ୍ନିଶମ ସେବାକେନ୍ଦ୍ର ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞୁରୀ ଦେଇଛନ୍ତି ।

Advertisment

ଅଗ୍ନିଶମ ସେବାକେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ଦଶଜଣ କର୍ମଚାରୀ ରହିବାର ବ୍ୟବସ୍ଥା ରହିଛି । ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଥିବା କୁହାଯାଉଛି। ଅଗ୍ନିଶମ ସେବାକେନ୍ଦ୍ର ଖୋଲିବା ଦ୍ବାରା ଏମ୍ସ ପରି  ଏକ ସର୍ଵଭାରତୀୟ ଚିକିତ୍ସା ପ୍ରତିଷ୍ଠାନର ଅଗ୍ନି ନିରାପତ୍ତାକୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଏସସିବି ମେଡିକାଲ, ଏମକେସିଜି ମେଡିକାଲ, ଭିମସାର ବୁର୍ଲାରେ ଗୋଟିଏ ଗୋଟିଏ ଅଗ୍ନିଶମ କେନ୍ଦ୍ର ରହିଛି । ସାରା ରାଜ୍ୟରେ ୩୩୮ଟି ଅଗ୍ନିଶମ ସେବା କେନ୍ଦ୍ର ଲୋକଙ୍କୁ ସେବା ଯୋଗାଉଛି । ଯଦ୍ବାରା ଅନେକ ଲୋକ ଉପକୃତ ବି ହୋଇଛନ୍ତି।