ଭୁବନେଶ୍ବର: ଅଗ୍ନି ନିରାପତ୍ତା ମୁକାବିଲା ପାଇଁ ଆଜି ଏସପ୍ଲାନେଡ୍ ଓ୍ବାନ୍ ମଲ୍ରେ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଅଗ୍ନିସେବା, ଓଡ୍ରାଫ, ଏନଡିଆରଏଫ, ସିଭିଲ ଡିଫେନ୍ସ ଆଣ୍ଡ ଓଡ଼ିଶା ଇନଷ୍ଟିଚ୍ୟୁଟ୍ ଅଫ୍ ଫାୟାର ଆଣ୍ଡ ସେଫ୍ଟି ମ୍ୟାନେଜମେଣ୍ଟ ଜରୁରୀକାଳୀନ ସେବା ଓ ଆପୋଲୋ ହସ୍ପିଟାଲର ଆମ୍ବୁଲାନ୍ସ ସେବା ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦ୍ଦେଶକ ସୌମ୍ୟ ମିଶ୍ର (ଫାୟାର), ଅତିରିକ୍ତ ଡିସିପି (ଟ୍ରାଫିକ) କେକେ ପାଣିଗ୍ରାହୀ, ଏନଡିଆରଏଫ ଡେପୁଟି କମାଣ୍ଡାଣ୍ଟ ଧନଞ୍ଜୟ କୁମାର, ଶିବଶଙ୍କର ସାବର, ଓଡ୍ରାଫରପ୍ରଦୀପ କୁମାର ସାହୁ ଓ ସିଭିଲ ଡିଫେନ୍ସର ଭିକାରୀ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମଲ୍ର କେନ୍ଦ୍ର ନିର୍ଦ୍ଦେଶକ ପାର୍ଥ ପ୍ରୀତମ ନାୟକ ମଲ୍ ପ୍ରୋଟକଲ୍ ଓ ଜରୁରୀକାଳୀନ ଏସ୍ଓପି ବିଷୟରେ ସୂଚନା ଦେଇଥିଲେ।