ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ସରକନ୍ତରାରେ ଗୁରୁବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି। ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ଆହତ ବାପଙ୍କୁ ଏମସ୍ (ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ)ରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଅଭିଯୁକ୍ତ ଭତର ସାହୁ ଓରଫ ବାପି ବୁଧବାର ଅଭିମନ୍ୟୁ ଜେନା ଓ ପୁଅ ଅନିଲ ଜେନାଙ୍କ ସହିତ ଗଣ୍ଡଗୋଳ କରିଥିଲା। ଗଣ୍ଡଗୋଳ ସମୟରେ ଧମକ ଦେଇ କହିଥିଲା ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରତିଶୋଧ ନେବ। ଆଜି ଅନିଲ ଅତର୍କିତ ଭାବେ ଆସି ବାପ ଅଭିମନ୍ୟୁ ଓ ପୁଅ ଅନିଲଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।
ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଚି ଥିଲା। ପୁଲିସ ଅଭିମନ୍ୟୁ ଓ ଅନିଲଙ୍କୁ ଏମସ୍ରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅନିଲର ମୃତ୍ୟୁ ଘଟିଥିବା ବେଳେ ଅଭିମନ୍ୟୁଙ୍କ ଚିକିତ୍ସା ଜାରି ରହିଛି। ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ହେବା ପରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି।