ଗାଡ଼ି ମରାମତିକୁ ନେଇ ଭୁବନେଶ୍ବରରେ ଗୁଳିମାଡ଼; ‌ଜଣେ ଆହତ, ୫ ଅଟକ

ଭୁବନେଶ୍ବର: ତମାଣ୍ଡୋ ଅଞ୍ଚଳରେ ଦୁର୍ବୁତ୍ତଙ୍କ ଗୁଳିମାଡ଼ ହୋଇଛି। ଗାଡି ମରାମତିକୁ ନେଇ ଏହି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଗୁଳିମାଡ଼ରେ ଜଣେ ଆହତ ହୋଇଛନ୍ତି । ଏହି ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ୫ ଅଭିଯୁକ୍ତ ଙ୍କ ନାଁରେ ବିଭନ୍ନ ଥାନାରେ ଅପରାଧୀକ ମାମଲା ରହିଛି ।

ସୂଚନା ମଳିବା ପରେ ଘଟଣାସ୍ଥଳରେ ତମାଣ୍ଡୋ  ଥାନା ପୁଲିସ ଓ ଜୋନ୍‌ ଏସିପି ପହଂଚି ତଦନ୍ତ କରୁଛନ୍ତି। ଅଟକ ଥିବା ୫ ଅଭିଯୁକ୍ତଙ୍କ ମଧ୍ୟରେ ମାନସ କୁମାର ସାହୁ, ସୁଶାନ୍ତ ପ୍ରଧାନ ଓ ସର୍ବେଶ୍ୱର ସେଠ ସାମିଲ ଅଛନ୍ତି। ଏମାନେ ହେଲେ ନୟାଗଡ଼ ଅଞ୍ଚଳର । ରାଜେଶ କୁମାର ବରାଳ ଖୋର୍ଦ୍ଧା ଅଞ୍ଚଳର ଓ ଚିତ ରଞ୍ଜନ ମଲିକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର। ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ ପହଁଞ୍ଚି ତଦନ୍ତ କରୁଛି ।

ପୁଲିସ କହିଛି ଯେ, ଗାଡି ମରାମତିକୁ ନେଇ ଗଣ୍ଡଗୋଳ ହେଇଥିଲା। ଅଭିଯୁକ୍ତମାନେ ବନ୍ଧୁକ ଦେଖାଇ ଫାଙ୍କା ଗୁଳିଚାଳନା କରିଥିଲେ। ଜଣେ ଅଭିଯୁକ୍ତ ନିଜ ଗୁଳିରେ ନିଜେ ଆହତ ହୋଇଛି। ବ୍ୟବହୃତ ବନ୍ଧୁକ ଜବତ ହେବା ସହ ୩ଟି ଖୋକା ଘଟଣାସ୍ଥଳରୁ ପୁଲିସକୁ ମିଳିଛି। ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଦୁଇଟି ସ୍କରପିଓ ଜବତ ହୋଇଛି।

ସମ୍ବନ୍ଧିତ ଖବର