ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ସହିଦନଗର ଥାନା ଅଧୀନ ବାଙ୍କୁଆଳ-ଚାରିଛକ ସୁଶାନ୍ତ ଭୋଇଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାକୁ ୨୪ ଘଣ୍ଟା ବିତିଲା। କିନ୍ତୁ ଏଯାଏଁ ଆକ୍ରମଣକାରୀ କିଏ ତାହା ପୁଲିସ ଜାଣିବାକୁ ସକ୍ଷମ ହୋଇ ନାହିଁ। ପୁଲିସ ସୁଶାନ୍ତଙ୍କ ପରିବାର ଲୋକ ଓ ସାଙ୍ଗସାଥୀଙ୍କଠାରୁ ତଥ୍ୟ ହାସଲ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।
ପୂର୍ବ ଶତ୍ରୁତାକୁ ନେଇ ଏଭଳି ଅଘଟଣ ଘଟିଥିବା ପୁଲିସ ପକ୍ଷରୁ କୁହାଯାଉଥିବାବେଳେ ସୁଶାନ୍ତଙ୍କ ପରିବାର ଲୋକ କହିଛନ୍ତି ଲୁଟ୍ ପାଇଁ ଏଭଳି ଗୁଳିକାଣ୍ଡ ଘଟିଛି। କାରଣ ଲୁଟେରାମାନେ ପୁଅର ପର୍ସ, ମୋବାଇଲ୍ଫୋନ୍, ଓ ବାଇକ୍ ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ। ଏପରିକି ବାଇକ୍କୁ କାର୍ ଡିକିରେ ଭର୍ତି କରି ନେବାକୁ ଚେଷ୍ଟା କରୁଥିଲେ। କିନ୍ତୁ ନେଇ ନପାରି ନଦୀବନ୍ଧକୁ ଠେଲି ଦେଇଥିଲେ। ଲୁଟ୍ପାଟ୍କୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ପୁଅକୁ ଆକ୍ରମଣ କରିଥିଲେ ବୋଲି ବାପା ପର୍ଶୁରାମ ଭୋଇ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/firing-1.jpg)