ଭୁବନେଶ୍ୱର: ‘ଆମ ଜଗନ୍ନାଥ’ର ପ୍ରଥମ ବାର୍ଷିକ ଉତ୍ସବ ‘ଚତୁର୍ଭୁଜ ଜଗନ୍ନାଥ’ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ସାଂସଦ ବିଭୁ ପ୍ରସାଦ ତରାଇ, ଗବେଷକ ତଥା ସ୍ତମ୍ଭକାର ଅସିତ ମହାନ୍ତି, ଆକାଶବାଣୀର ପ୍ରାକ୍ତନ ନିର୍ଦ୍ଦେଶକ ଶାନ୍ତନୁ କୁମାର ରଥ, ପ୍ରଫେସର ଚପଳା ବହିଦାର, ଅଭିନେତା ବିନାୟକ ମିଶ୍ର, ଉତ୍କଳ ସାହିତ୍ୟ ସମାଜର ଉପସଭାପତି ଜୀବନାନନ୍ଦ ଅଧିକାରୀ, ପ୍ରଭାତ କୁମାର ନନ୍ଦ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ପ୍ରଥମ ବାର୍ଷିକ ପତ୍ରିକା ‘ଚତୁର୍ଭୁଜ ଜଗନ୍ନାଥ’ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ସଭାପତି ଭୁବନାନନ୍ଦ ଅଧିକାରୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତା ଭାବେ ଗବେଷକ ଅସିତ ମହାନ୍ତି, ଶାନ୍ତନୁ ରଥ, ଶ୍ରୀନିବାସ ଘଟୁଆରି, ପ୍ରଭାତ କୁମାର ନନ୍ଦ ଓ ଶ୍ରୀମନ୍ଦିର ରୋଷଘର ସେବକ ହରେକୃଷ୍ଣ ପ୍ରତିହାରୀ ମହାପ୍ରଭୁଙ୍କ ଅମୃତମୟ କଥା ନୈବେଦ୍ୟ ପରିବେଷଣ କରିଥିଲେ।

Advertisment

ବିଶିଷ୍ଟ କଣ୍ଠଶିଳ୍ପୀ ଜୀବନାନନ୍ଦ ଅଧିକାରୀ, ଅରୋଶ୍ରୀ ବିକ୍ରାନ୍ତ ମହାନ୍ତି, ଅମିତା ମହାନ୍ତି, ରାଜୀବ ମହାପାତ୍ର, ସୌମ୍ୟରଂଜନ ସ୍ବାଇଁ, ସନ୍ଦୀପ କୁମାର, କାହ୍ନୁ ଚରଣ, ସ୍ୱୟଂ ସମ୍ପୂର୍ଣ୍ଣା, ପ୍ରୀୟମ ପଟ୍ଟନାୟକ, ଶାରଦା ପ୍ରସନ୍ନ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଶ୍ରୀମନ୍ଦିରରୁ ଆସିଥିବା ମହାପ୍ରଭୁଙ୍କର କିଛି ଦିବ୍ୟ ଦୁର୍ଲ୍ଲଭ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ଅନୁଷ୍ଠାନ ତରଫରୁ ପ୍ରଦର୍ଶିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଲୋପାମୁଦ୍ରା ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ। ମାନସ ଦାସ, ଦେବେନ୍ଦ୍ର ରାଉଳ, ବିଷ୍ଣୁପ୍ରିୟା ପାତ୍ର, ରାକେଶ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦୀପାଲି ଦାଶ, ଶୁଭଶ୍ରୀ ଅଧିକାରୀ ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରୀତିଶମୟୀ ମହାପାତ୍ର, ବିଦ୍ୱାନ ରଞ୍ଜନ ସାହୁ, ଲଳିତ ସାମଲ, ମୁକେଶ କୁମାର ପାତ୍ର, ସୁଧାଂଶୁ ବିଶ୍ୱାଳ, ଆଲୋକ କୁମାର ସାହୁ, ସୁବ୍ରତ ନାୟକ, ବିଶ୍ୱଜିତ ମିଶ୍ର, ଶାଶ୍ୱତ ତ୍ରିପାଠୀ, ବିଶ୍ୱଜିତ ଲେଙ୍କା ଓ ରୀତା ଦାସ ପ୍ରମୁଖ ପରିଚାଳନା କରିଥିଲେ।