ବାରଙ୍ଗ : ବାରଙ୍ଗ ବ୍ଲକ ଅଧୀନ ଦାଢ଼ାପାଟଣା ପଞ୍ଚାୟତର ପଞ୍ଚୁପାଳ ଗ୍ରାମରୁ ପ୍ରଥମ ଚିହ୍ନଟ କରୋନ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ସଂକ୍ରମିତଜଣକ ଜଣେ ୮୫ ବର୍ଷୀୟ ବୃଦ୍ଧ। ସେ ଥଣ୍ଡା ଓ ଜ୍ବରରେ ପୀଡ଼ିତ ଥିଲେ। ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ହେବାରୁ ପରିବାରଲୋକ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଶନିବାର ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ସମୟରେ ନିଆଯାଇଥିବା ସ୍ବାବ୍ ନମୁନା ପଜିଟିଭ୍ ଆସିଥିବା ଜଣାଯାଇଛି। ଅପରପକ୍ଷେ ମୃତକଙ୍କ ଘରକୁ ସାନିଟାଇଜ୍ କରାଯାଇଛି। ଗାଁରୁ ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ଓ ତାଙ୍କର ମୃତ୍ୟୁ ହୋଇଯିବା ଖବର ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି।
ଦାଢାପାଟଣା ସରପଞ୍ଚ, ପଞ୍ଚାୟତର ୱାର୍ଡ ସଭ୍ୟ ଓ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସହ ବୈଠକ କରି ସଂକ୍ରମିତଙ୍କ ପରିବାର ଓ ଗୋଟିଏ ସୀମିତ ପରିବେଶରେ ଥିବା କୁଟୁମ୍ବଙ୍କୁ ୧୪ଦିନ ସଂଗରୋଧ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୃଦ୍ଧଙ୍କୁ ମୃତ୍ୟୁକୁ ମିଶାଇ ଦାଢାପାଟଣା ପଞ୍ଚାୟତର ମୋଟ ମୃତ୍ୟୁ ସଂଖ୍ୟା ୩ ହୋଇଛି। ଗତକାଲି ଦାଢ଼ାପାଟଣା ଗ୍ରାମରୁ ପୁଣି ୪ ଜଣଙ୍କ କୋଭିଡ୍ ପରୀକ୍ଷା ପଜିଟିଭ୍ ଆସିଛି। ବର୍ତ୍ତମାନ ସୁଦ୍ଧା ଦାଢ଼ାପାଟଣା ପଞ୍ଚାୟତର ମୋଟ ସଂକ୍ରମିତ ସଂଖ୍ୟା ୨୨କୁ ବୃଦ୍ଧି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/dead-body.jpg)