ଭୁବନେଶ୍ବର: ବିଏମ୍ସି ନିର୍ବାଚନରେ ଏଥର ପ୍ରଥମ ଥର ପାଇଁ ବୁଥ୍ ୱାରି ଭୋଟର ତାଲିକା ୱେବ୍ସାଇଟ୍ରେ ପ୍ରକାଶିତ ହୋଇଛି। ଅଞ୍ଚଳ ଆଧାରରେ ଭୋଟର ନିଜ ବୁଥ୍ ଚିହ୍ନଟ କରିପାରିବେ। ଏଥିପାଇଁ କୌଣସି ୱାର୍ଡ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ କିମ୍ବା କୌଣସି ଅଧିକାରୀଙ୍କୁ ପଚାରିବାକୁ ମଧ୍ୟ ପଡ଼ିବ ନାହିଁ। ବିଏମ୍ସି ୱେବ୍ସାଇଟ୍ର ‘ପବ୍ଲିକ୍ ଡିସ୍କ୍ଲୋଜର’ ସେକ୍ସନରେ କ୍ଲିକ୍ କଲେ ଏହି ସୁବିଧା ଉପଲବ୍ଧ କରିହେବ। ୬୭ ୱାର୍ଡରେ ଥିବା ୭୦୫ବୁଥ୍ ଓ ଏହାର ଅଞ୍ଚଳର ତାଲିକା ଭୋଟରମାନେ ପାଇ ପାରିବେ। ପୂର୍ବରୁ ଏହି ତାଲିକା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ବିଏମ୍ସି ଅଫିସ୍ ଓ ବିଭିନ୍ନ ୱାର୍ଡ ଅଫିସ୍ରେ ଝୁଲୁଥିଲା। ଭୋଟରମାନେ ଏଥିରୁ ନିଜ ନିଜ ବୁଥ୍ ଚିହ୍ନଟ କରି ମତଦାନ କରିବାକୁ ଯାଉଥିଲେ। ଅନେକ ସମୟରେ ନିଜ ବୁଥ୍ ବାବଦରେ ଜାଣି ନପାରି ଅନ୍ୟ ବୁଥ୍ରେ ପହଞ୍ଚି ଯାଉଥିଲେ। ଏବେ ଏହି ସମସ୍ୟା ହେବ ନାହିଁ। ଏନେଇ ବିଏମ୍ସିର ଆଇଟି ଦାୟିତ୍ବରେ ଥିବା ଡେପୁଟି କମିସନର କମଲଜିତ୍ ଦାସ କହିଛନ୍ତି, ପ୍ରତ୍ୟେକ ବୁଥ୍ର ଅଞ୍ଚଳ ଆଧାରରେ ବୁଥ୍ ନମ୍ବର ଏଥିରେ ସ୍ଥାନ ପାଇଛି। ଲୋକମାନେ ନିଜ ମୋବାଇଲ୍ରେ ଏହି ତାଲିକା ପାଇ ପାରିବେ। ଭୋଟରଙ୍କୁ ସହଜ ହେବା ଭଳି ଏହାକୁ ପିଡିଏଫ୍ ଫର୍ମାଟ୍ରେ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ନିର୍ବାଚନରେ ବିଏମ୍ସିର ୬୭ ୱାର୍ଡରେ ୭୦୫ ବୁଥ୍ରେ ୭୨୫୭୬୫ ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି।
ବିଏମ୍ସି ନିର୍ବାଚନରେ ପ୍ରଥମ: ୱେବ୍ସାଇଟ୍ରେ ବୁଥ୍ୱାରି ଭୋଟର ତାଲିକା
/sambad/media/post_attachments/wp-content/uploads/2022/01/election-fffaaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)