ଟାଙ୍ଗୀ (ଖୋର୍ଧା) : ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାକୁ ସାମିଲ କରିବା ତଥା ଟାଙ୍ଗୀ ବ୍ଲକ ଅଧୀନ ମଙ୍ଗଳାଯୋଡ଼ିକୁ ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷିତ କରିବା ଲକ୍ଷ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ନିକଟସ୍ଥ ପଦ୍ମକୁମୁଦ ବିଦ୍ୟାନିକେତନ ପରିସରରେ ପ୍ରଥମ ଜାତୀୟ ପକ୍ଷୀ ମହୋତ୍ସବ ଆଜି ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। ମଙ୍ଗଳାଯୋଡ଼ିରେ ଯେଉଁମାନେ ପୂର୍ବରୁ ପକ୍ଷୀ ଶିକାର କରୁଥିଲେ, ସେମାନେ ଆଜି ବିଦେଶାଗତ ପକ୍ଷୀମାନଙ୍କୁ ସୁରକ୍ଷା ଦେଇ ନୀଳାମ୍ବୁ ଚିଲିକାର ଶୋଭାକୁ ପରିବର୍ଧିତ କରିଥିବାରୁ ଓ ପକ୍ଷୀମାନଙ୍କ ପାଇଁ ସୁରକ୍ଷା କବଚ ପାଲଟିଥିବାରୁ ସେମାନଙ୍କୁ ମନ୍ତ୍ରୀ ଶ୍ରୀ ପଣ୍ଡା ସାଧୁବାଦ ଜଣାଇଥିଲେ। ଏହା ଦେଶ ପାଇଁ ଏକ ଗୌରବର ବିଷୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମହାବୀର ପକ୍ଷୀ ସୁରକ୍ଷା ସମିତିକୁ ମାନପତ୍ର ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଥିଲା। ଉତ୍ସବରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପର୍ଯ୍ୟଟନ ବିଭାଗ ଶାସନ ସଚିବ ମୋନା ଶର୍ମା, ଚିଲିକା ଉନ୍ନୟନ ବିଭାଗର ମୁଖ୍ୟ ସୁଶାନ୍ତ ନନ୍ଦ, ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଟାଙ୍ଗୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜୟ କୁମାର ଜେନାଙ୍କ ସହ ବହୁ ପ୍ରକୃତିପ୍ରେମୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ପ୍ରଥମ ଜାତୀୟ ପକ୍ଷୀ ମହୋତ୍ସବ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/01/birds.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)