/sambad/media/post_attachments/wp-content/uploads/2018/01/karishma.jpg-fa-220x300.jpg) ନିଜର ସୁନ୍ଦର ଚେହେରା ଓ ଷ୍ଟାଇଲିଷ୍ଟ୍ ଲୁକ୍ ପାଇଁ ଏଯାବତ ଦର୍ଶକଙ୍କ ପ୍ରଶଂସା ସାଉଁଟି ଚାଲିଛନ୍ତି ବଲିଉଡ୍ ନାୟିକା କରିସ୍ମା କପୁର। ତାଙ୍କର ବ୍ୟକ୍ତିତ୍ୱ ଓ ଷ୍ଟାଇଲ୍କୁ ନବାଗତାଙ୍କ ସହ ତରୁଣୀମାନେ ଅନୁକରଣ କରନ୍ତି। ଚଳଚ୍ଚିତ୍ରରେ ଅତ୍ୟାଧୁନିକ ପୋଷକ ହେଉ କିମ୍ବା ଜନସମୂହରେ ପାରମ୍ପରିକ ପୋଷାକ, ସବୁଥିରେ ସେ ବେଶ୍ ସୁନ୍ଦର ଭାବେ ଫିଟ୍ ହୋଇଯାଆନ୍ତି। ବୟସ ୪୦ରୁ ଊର୍ଧ୍ୱ କିନ୍ତୁ ମୁହଁରେ ବୟସର ଛାପ ନାହିଁ। ସେ କୁହନ୍ତି, ସକାରାତ୍ମକ ଚିନ୍ତା ମଣିଷ ତଥା ମହିଳାକୁ ସୁନ୍ଦର ରଖିବାରେ ସାହାଯ୍ୟ କରେ। ମଣିଷ ମନର ଦେବତ୍ୱ ଓ ଭଲଗୁଣ ଯେତେବେଳେ ମୁହଁରେ ପ୍ରତିଫଳିତ ହୁଏ ମଣିଷ ଆପେ ସୁନ୍ଦର ଲାଗେ। ସେ କହିଛନ୍ତି, ମୁଁ ମୋ କଥା କହୁଛି। ମୁଁ ଜଣେ ପଜିଟିଭ୍ ମଣିଷ। ମୋ ସକାରାତ୍ମକ ଭାବନା ମୋ ମୁହଁରେ ପ୍ରତିଫଳିତ ହେଉଥିବାରୁ ଦର୍ଶକଙ୍କୁ ବୋଧେ ମୁଁ ସୁନ୍ଦର ଲାଗେ। ସେ କୁହନ୍ତି, ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷକୁ ନିଜ ସୌନ୍ଦର୍ଯ୍ୟର ଯତ୍ନ ଅଧିକ ନେବାକୁ ପଡ଼ିବ। ବର୍ତ୍ତମାନ ଲୋକମାନେ ମୋବାଇଲ୍, ଇଣ୍ଟରନେଟ୍, ସୋସିଆଲ୍ ମିଡିଆରେ ବ୍ୟସ୍ତ ରହି ନିଜକୁ ଭୁଲିଯାଉଛନ୍ତି। ଏଭଳି ନକରି ଶରୀର ଓ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେବା ଆମର ପ୍ରଥମ କର୍ତବ୍ୟ। ଏଥିପାଇଁ ଯେତେ ଆବଶ୍ୟକ ପ୍ରାକୃତିକ ଜିନିଷର ବ୍ୟବହାର କରିବା ଭଲ। ଏଥିସହ ଉତ୍ତମ ଖାଦ୍ୟାଭ୍ୟାସ ସହ ସୁସ୍ଥ ରହିବା ପାଇଁ ବ୍ୟାୟାମ ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।
ନିଜର ସୁନ୍ଦର ଚେହେରା ଓ ଷ୍ଟାଇଲିଷ୍ଟ୍ ଲୁକ୍ ପାଇଁ ଏଯାବତ ଦର୍ଶକଙ୍କ ପ୍ରଶଂସା ସାଉଁଟି ଚାଲିଛନ୍ତି ବଲିଉଡ୍ ନାୟିକା କରିସ୍ମା କପୁର। ତାଙ୍କର ବ୍ୟକ୍ତିତ୍ୱ ଓ ଷ୍ଟାଇଲ୍କୁ ନବାଗତାଙ୍କ ସହ ତରୁଣୀମାନେ ଅନୁକରଣ କରନ୍ତି। ଚଳଚ୍ଚିତ୍ରରେ ଅତ୍ୟାଧୁନିକ ପୋଷକ ହେଉ କିମ୍ବା ଜନସମୂହରେ ପାରମ୍ପରିକ ପୋଷାକ, ସବୁଥିରେ ସେ ବେଶ୍ ସୁନ୍ଦର ଭାବେ ଫିଟ୍ ହୋଇଯାଆନ୍ତି। ବୟସ ୪୦ରୁ ଊର୍ଧ୍ୱ କିନ୍ତୁ ମୁହଁରେ ବୟସର ଛାପ ନାହିଁ। ସେ କୁହନ୍ତି, ସକାରାତ୍ମକ ଚିନ୍ତା ମଣିଷ ତଥା ମହିଳାକୁ ସୁନ୍ଦର ରଖିବାରେ ସାହାଯ୍ୟ କରେ। ମଣିଷ ମନର ଦେବତ୍ୱ ଓ ଭଲଗୁଣ ଯେତେବେଳେ ମୁହଁରେ ପ୍ରତିଫଳିତ ହୁଏ ମଣିଷ ଆପେ ସୁନ୍ଦର ଲାଗେ। ସେ କହିଛନ୍ତି, ମୁଁ ମୋ କଥା କହୁଛି। ମୁଁ ଜଣେ ପଜିଟିଭ୍ ମଣିଷ। ମୋ ସକାରାତ୍ମକ ଭାବନା ମୋ ମୁହଁରେ ପ୍ରତିଫଳିତ ହେଉଥିବାରୁ ଦର୍ଶକଙ୍କୁ ବୋଧେ ମୁଁ ସୁନ୍ଦର ଲାଗେ। ସେ କୁହନ୍ତି, ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷକୁ ନିଜ ସୌନ୍ଦର୍ଯ୍ୟର ଯତ୍ନ ଅଧିକ ନେବାକୁ ପଡ଼ିବ। ବର୍ତ୍ତମାନ ଲୋକମାନେ ମୋବାଇଲ୍, ଇଣ୍ଟରନେଟ୍, ସୋସିଆଲ୍ ମିଡିଆରେ ବ୍ୟସ୍ତ ରହି ନିଜକୁ ଭୁଲିଯାଉଛନ୍ତି। ଏଭଳି ନକରି ଶରୀର ଓ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେବା ଆମର ପ୍ରଥମ କର୍ତବ୍ୟ। ଏଥିପାଇଁ ଯେତେ ଆବଶ୍ୟକ ପ୍ରାକୃତିକ ଜିନିଷର ବ୍ୟବହାର କରିବା ଭଲ। ଏଥିସହ ଉତ୍ତମ ଖାଦ୍ୟାଭ୍ୟାସ ସହ ସୁସ୍ଥ ରହିବା ପାଇଁ ବ୍ୟାୟାମ ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।
ସକାରାତ୍ମକ ଚିନ୍ତା : କରିସ୍ମାଙ୍କ ସୌନ୍ଦର୍ଯ୍ୟର ରହସ୍ୟ
ଫିଟ୍ନେସ୍ ମନ୍ତ୍ର
/sambad/media/post_attachments/wp-content/uploads/2018/01/karishma.jpga_.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)