‘ଆମ ଘର ଲକ୍ଷ୍ମୀ’ ଧାରାବାହିକ ଜରିଆରେ ଓଡ଼ିଶାବାସୀଙ୍କ ମନ ଜିଣିଥିବା ଶ୍ରଦ୍ଧାଙ୍କ ରୂପର ଯେ କେହି ଦିଓ୍ଵାନା ହେବା ସ୍ୱାଭାବିକ। ତେବେ ସେ କ’ଣ ଖାଆନ୍ତି, କେମିତି ନିଜକୁ ଫିଟ୍ ରଖନ୍ତି ଅନେକଙ୍କ ମନରେ ସେ ପ୍ରଶ୍ନ ରହିଛି। ହେଲେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏତେ ସ୍ଲିମ୍ ହେଇଥିଲେ ମଧ୍ୟ ଶ୍ରଦ୍ଧା ଜୀବନରେ କେବେ ଡାଏଟିଂ କରି ନାହାନ୍ତି। ସେ କୁହନ୍ତି, କିଛି ସ୍ୱାଦିଷ୍ଟ ଖାଦ୍ୟ ଦେଖିଲେ ସେ ସମ୍ଭାଳି ପାରନ୍ତି ନାହିଁ। ସେଥିପାଇଁ ଡାଏଟିଂ ତାଙ୍କ ପକ୍ଷେ ସମ୍ଭବ ନୁହେଁ। ସବୁବେଳେ ହସ ଖୁସିରେ ରହିବା ସହିତ ଜୀବନକୁ ମନ ଭରି ଉପଭୋଗ କରିବା ପାଇଁ ଚେଷ୍ଟା କରିଛି ଓ ଏନେଇ ସମସ୍ତଙ୍କୁ ଉପଦେଶ ମଧ୍ୟ ଦେଇଛି। ଶ୍ରଦ୍ଧା କୁହନ୍ତି, ମୋ ମୁହଁ ପାଇଁ ହଉ କି କେଶ ପାଇଁ ସବୁ ପରାମାର୍ଶ ବାପାଙ୍କ ପାଖରୁ ହିଁ ନେଇଥାଏ। କାରଣ ମୋ ବାପା ଜଣେ ଆୟୁର୍ବେଦିକ ଡାକ୍ତର। ଅନେକ ସମୟରେ ସୁଟିଂରେ ବ୍ୟସ୍ତ ରହୁଥିବାରୁ କେଶର ଯତ୍ନ ନେଇପାରୁ ନଥିଲି। ସେଥିପାଇଁ ବହୁତ ପରିମାଣରେ କେଶ ଝଡ଼ୁଥିଲା। କେଶ ଝଡ଼ିବାରୁ ମୁକ୍ତି ପାଇବା ପାଇଁ ଘର ତିଆରି ମରା ନଡ଼ିଆ ତେଲ ବ୍ୟବହାର କରିବାରୁ ଏହି ସମସ୍ୟାରୁ ବହୁତ ଜଲଦି ମୁକ୍ତି ମିଳିଥିଲା। ଯଦି ସମସ୍ତେ ବାହାରେ ମିଳୁଥିବା ରାସାୟନିକ ତେଲର ବ୍ୟବହାର ନକରି ମୋ ଭଳି ମରା ନଡ଼ିଆ ତେଲ କେଶରେ ଲଗାଇବେ ଦେଖିବେ ନିଶ୍ଚିତ ଉପକାର ମିଳିବ। ତା’ ସହିତ ମୁହଁରେ ପ୍ରତ୍ୟେକ ଦିନ ଦହି ଲଗାଉଥିବାରୁ ମୁହଁର ଚମକ ବଢ଼େ। ମୁଁ କେଶଠାରୁ ଆରମ୍ଭ କରି ମୁହଁ ପର୍ଯ୍ୟନ୍ତ ସମସ୍ତ ଉପାଦାନ ଆୟୁର୍ବେଦିକର ବ୍ୟବହାର କରିଥାଏ। ତେବେ ଶ୍ରଦ୍ଧା ସବୁବେଳେ ନିଜ ପର୍ସରେ ଲିପଷ୍ଟିକ ଓ ଦୁଇ ତିନି ପ୍ରକାରର କାନଫୁଲ ନିହାତି ରହିଥାଏ ବୋଲି କହିଛନ୍ତି।
ବାପା ମୋ ଫିଟ୍ନେସ୍ର ଗାଇଡ୍ : ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ
ଫିଟ୍ନେସ୍ ମନ୍ତ୍ର
/sambad/media/post_attachments/wp-content/uploads/2018/02/fitness.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)