ପ୍ରତ୍ୟେକ ଦିନ ସେଓ ଖାଇଲେ ମୁହଁର ଚମକ ବଢ଼େ: ପ୍ରିୟଙ୍କା ପାଣିଗ୍ରାହୀ

ଭାଇ ଭଉଣୀ ମିଶି ଖଟି କରୁଥିବା ବେଳେ କହିଲି, ମୁଁ ଚେଷ୍ଟା କଲେ ଅଭିନେତ୍ରୀ ହୋଇପାରିବି। ଏକଥାକୁ କିନ୍ତୁ ମୋ ଭାଇ ହସରେ ଉଡେଇ ଦେଲେ। ତା’ପରେ ମୁଁ ନିଷ୍ପତ୍ତି ନେଲି, ନିଶ୍ଚିତ ଅଭିନେତ୍ରୀ ହୋଇ ଦେଖେଇବି। ସେହି ସମୟରେ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ମୁଁ ବି ହିରୋଇନ୍‌ ହେବି’ର ଅଡିସନ୍‌ରେ ଭାଗ ନେଇ ପ୍ରଥମ ହୋଇଥିଲି। ତେଣୁ ‘ତେଜସ୍ୱିନୀ’ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲି। ପରେ ‘ଟୋକାଟା ଫସିଗଲା’ ଚଳଚ୍ଚିତ୍ର ଏବଂ ଏବେ ‘ଦୁର୍ଗା’ ଧାରାବହିକରେ ଅଭିନୟ କରୁଛି। ମନରେ ଯେଉଁ ଆଶା ନେଇକି ଆସିଥିଲି, ତାହା ପୂରଣ ହୋଇଛି। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଛି। ତା’ସହିତ ନିଜ ଶରୀର ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିଛି। ଏତେ ବ୍ୟସ୍ତତା ଭିତରେ ଜିମ୍‌ ଯାଏ ଆଉ ଓ୍ଵାକ୍‌ ଆଉଟ କରେ। ପ୍ରଚୁର ପାଣି ପିଏ। ସେଓ ମୋର ପସନ୍ଦ ହେଇଥିବାରୁ ପ୍ରତ୍ୟେକ ଦିନ ସେଓ ଖାଏ। ଏହା ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥିବା ବେଳେ ତ୍ୱଚାର ଚମକ ବଢ଼ାଏ। ଖାଦ୍ୟ ଠିକ୍‌ ସମୟରେ ଖାଇଥାଏ। ରାତି ବେଳା ଘରେ ଖାଇବାକୁ ଚେଷ୍ଟା କରେ। କେଶର ସୁରକ୍ଷା ପାଇଁ ପ୍ରତି ମାସରେ ହେୟାର ସ୍ପା’ କରେ। ମୁହଁ ପାଇଁ ଅର୍ଗାନିକ ଫେସ୍‌ଓ୍ଵାସ୍‌ ଏବଂ ନଖ ଉଷୁମ ପାଣି ବ୍ୟବହାର କରିଥାଏ।

ସମ୍ବନ୍ଧିତ ଖବର