ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ‘ଫିଟନେସ କା ଡୋଜ ଅଧା ଘଣ୍ଟା ରୋଜ’ରେ ଯୋଗଦେଇ ପୂର୍ବତଟ ରେଳପଥ କ୍ରୀଡା ସଂଗଠନ ଫିଟ ଇଣ୍ଡିଆ ମୁଭମେଣ୍ଟକୁ ସ୍ମରଣୀୟ କରିବା ପାଇଁ ଏକ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳସଦନ ଠାରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧ ସୁଧୀର କୁମାର ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ସାଇକ୍ଲୋଥନ କାର୍ଯ୍ୟକ୍ରମକୁ ସବୁଜ ପତାକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ରେଳବାଇ ଅଧିକାରୀମାନଙ୍କ ସହିତ କ୍ରୀଡ଼ାବିତମାନେ ଯୋଗଦେଇଥିଲେ। ଏହି ସାଇକ୍ଲୋଥନ ରେଳ ସଦନରୁ ବାହାରି ପ୍ରେସ୍ ଛକ, ରେଳ ଷ୍ଟାଡିୟମ ଦେଇ ରେଳ ସଦନରେ ପହଞ୍ଚି ଥିଲା। ଇକୋର୍ସାର ସଭାପତି ତଥା ପ୍ରମୁଖ ମୁଖ୍ୟ ମେକାନିକାଲ ଇଂଜିନିୟର ଗୌତମ ଦତ୍ତ ସାଇକ୍ଲୋଥନ ଦଳର ନେତୃତ୍ୱ ନେଇ ଥିଲା ବେଳେ ଇକୋର୍ସାର ସାଧାରଣ ସମ୍ପାଦକ ତଥା ପୂର୍ବତଟ ରେଳପଥର ଉପ ମହାପ୍ରବନ୍ଧକ। ଅଶୋକ କୁମାର ମିଶ୍ର ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/50610f62-3735-4bb9-b1d1-3dfe979de956.jpg)