ପ୍ରତିଦିନ ନୃତ୍ୟାଭ୍ୟାସ ଫିଟ୍‌ ରଖିଛି

‘ଏମ୍‌ଏସ୍‌ ଧୋନି- ଦ ଅନ୍‌ଟୋଲ୍ଡ ଷ୍ଟୋରି’ ଓ ‘ବାଗି-୨’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ରେ ପ୍ରବେଶ କରି ନିିଜ ଅଭିନୟ ବଳରେ ଦର୍ଶକଙ୍କ ହୃଦୟ ଜିତିଥିବା ଦିଶା ପଟାନିଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ବର୍ତ୍ତମାନ ଚାରିଆଡ଼େ। ବି ଟେକ୍‌ କରୁଥିବା ସମୟରେ ନିଜର ଏହି ସୁନ୍ଦର ରୂପ ଯୋଗୁଁ ତାଙ୍କୁ ମଡେଲିଂର ଅଫର୍‌ ମିଳିଥିଲା। ତେବେ ସେ କୁହନ୍ତି, ପ୍ରତିଦିନ ନୃତ୍ୟ, ବକ୍ସିଂ ଓ ଜିମ୍‌ରେ ଅଭ୍ୟାସ ତାଙ୍କର ଏହି ସୁନ୍ଦର ସୁଢ଼ଳ ଶରୀରର ରହସ୍ୟ। ଏହାସହ ପ୍ରତିଦିନ ପ୍ରଚୁର ପରିମାଣର ପାଣି ପିଇବା, ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ମିଠା, ଶ୍ୱେତସାର ଜାତୀୟ ଖାଦ୍ୟରୁ ଦୂରେଇ ରୁହନ୍ତି। କେବଳ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତି ବୋଲି ସେ କୁହନ୍ତି। ସୁନ୍ଦର ବା ଫ୍ୟାସନେବୁଲ ଦେଖାଯିବା ପାଇଁ ପ୍ରତିଦିନ ମତେ ସୁହାଉଥିବା ପୋଷାକ ପିନ୍ଧେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର