‘ଟାର୍ଗେଟ୍’ ଚଳଚ୍ଚିତ୍ର ମାଧ୍ୟମରେ ଅଭିନୟ ଜଗତରେ ପାଦ ଥାପିଥିବା ଷ୍ଟାର୍ କିଡ୍ ଅମ୍ଳାନ ଦାସ ନିଜ କ୍ୟାରିୟରର ପ୍ରଥମ ଚଳଚ୍ଚିତ୍ରରେ ଆଶାତୀତ ସଫଳତା ପାଇ ପାରିନଥିଲେ। କିନ୍ତୁ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ତୁ ମୋ ଦେହର ଛାଇରେ ସେ ଦର୍ଶକଙ୍କଠାରୁ ଅନେକ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଥିଲେ। ନିଜ ଫିଟ୍ନେସ୍ ସମ୍ପର୍କରେ ଅମ୍ଳାନ କୁହନ୍ତି, ମୁଁ ସୁସ୍ଥ ରହିବା ପାଇଁ ଠିକ୍ ସମୟରେ ଶୋଇବା ଉପରେ ଗୁରୁତ୍ବ ଦିଏ। ପ୍ରତ୍ୟେକ ଦିନ ରାତି ସାଢ଼େ ୧୧ଟାରେ ଶୋଇ ସକାଳ ୭ଟାରେ ଉଠେ। ସକାଳ ଓ ସନ୍ଧ୍ୟାରେ ଦୁଇ ଘଣ୍ଟା ୱାକ୍ ଆଉଟ କରେ। ମୁଁ ମୋ ଖାଇବା ଉପରେ ବେଶ୍ ଗୁରୁତ୍ବ ଦିଏ। ବାହାର ଖାଦ୍ୟ ଖାଏ ନାହିଁ। ସବୁବେଳେ ଘର ଖାଦ୍ୟ ଖାଇବାକୁ ଚେଷ୍ଟା କରେ। ମୋେତ ଚିକେନ ଝୋଳ ଓ ଜହ୍ନି ରାଇ ଖାଇବାକୁ ବହୁତ ଭଲ ଲାଗେ। ତା’ସହିତ ମୁଁ ମୋ ମୁହଁର ସୌନ୍ଦର୍ଯ୍ୟ ପାଇଁ କାକୁଡ଼ି, ବ୍ରୋକୋଲି ଓ ସବୁଜ ପନିପରିବା ପ୍ରଚୁର ପରିମାଣରେ ଖାଏ। ଅମ୍ଳାନ ସାଉଦିର ଡିୟର କମ୍ପାନିର ସ୍ବତନ୍ତ୍ର ପରଫ୍ୟୁମ ବ୍ୟବହାର କରନ୍ତି। ସେ ମଧ୍ୟ ୱେକ୍ଲେ ବ୍ରାଣ୍ଡ୍ର ଚଷମା ଓ ପୋଲୋ ବ୍ରାଣ୍ଡର ଗଗଲ୍ସ୍ ବ୍ୟବହାର କରନ୍ତି।
ମନ୍ତ୍ର ରାତିରେ ଜଲ୍ଦି ଶୋଇ ସକାଳୁ ଶୀଘ୍ର ଉଠେ: ଅମ୍ଳାନ
ଫିଟ୍ନେସ୍
/sambad/media/post_attachments/wp-content/uploads/2018/10/fit-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)