ମୁମ୍ବାଇରେ ରହୁଥିବା ଓଡ଼ିଆ ଝିଅ ମଡେଲ ତଥା ଅଭିନେତ୍ରୀ ସ୍ୱପ୍ନା ପତି ନିଜର ଇର୍ଷଣୀୟ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ଓଡ଼ିଶାରେ ହର୍ବାଲ ହୋଲି ପରି ନିଆରା ଉତ୍ସବ ଆୟୋଜନ କରିବା ସହ ‘ଟୁ ଡିଜେୟାର ଆଣ୍ଡ୍ ଏ ଡ୍ରିମ’୍ ପରି ଭିନ୍ନ ଧରଣର ବଲିଉଡ୍ ସିନେମାର ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି। କେବଳ ଏତିକି ନୁହେଁ ଟିଭି ବିଜ୍ଞାପନ ଏଏମ୍ ଫାଇନାନ୍ସିଆଲ ଲିମିଟେଡ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଦ ଦିଭାସ ଡାଇମଣ୍ଡ ଜୁଏଲାରୀ, କଳାମନ୍ଦିର ଶାଢ଼ି ପରି ବିଜ୍ଞାପନରେ ସେ ମଧ୍ୟ ଦେଖା ଦେଇଛନ୍ତି। ସ୍ୱପ୍ନା ନିଜ ସୌନ୍ଦଯ୍ୟର୍ର ରାଜ୍ ବିଷୟରେ କହିଛନ୍ତି, ପ୍ରତିଦିନ ଜିମ୍ ଯିବା ସହ ସୂର୍ଯ୍ୟ ନମସ୍କାର କରନ୍ତି। ଉପଯୁକ୍ତ ଡାଏଟ୍ ପ୍ରତି ଧ୍ୟାନ ଦେବା ସହ ସିଝା ପରିବା ଖାଆନ୍ତି ଓ ସୁପ୍ ପିଇଥା’ନ୍ତି। ସ୍ୱପ୍ନା କହିଛନ୍ତି ମୁଁ ସଂପୂର୍ଣ୍ଣ ନିରାମିଷାଷୀ , ସବୁବେଳେ ଘର ଖାଇବାକୁ ପସନ୍ଦ କରିଥାଏ। କେବେ କେମିତି ଜଙ୍କ୍ ଫୁଡ୍ ଖାଇଥାଏ। ଏତେ ସୌନ୍ଦର୍ଯ୍ୟର ଅଧିକାରିଣୀ ହୋଇଥିବା ସ୍ପପ୍ନା ନିଜର ସ୍କିନ୍ ପାଇଁ ସେମିତି କୌଣସି ସ୍ୱତନ୍ତ୍ର ଉପଚାର କରୁନଥିବା କହିଛନ୍ତି। ବର୍ତମାନ ପତଳା ହେବା ନିଶାରେ ଯୁବପିଢ଼ି ମାତିଥିବା ବେଳେ , ଏ ସମ୍ପର୍କରେ ସ୍ୱପ୍ନା ପରାମର୍ଶ ଦେଇ କହିଛନ୍ତି, ନଖାଇ ପତଳା ହେବା ପରି ଭୁଲ୍ ଧାରଣାରୁ ଦୂରେଇ ରୁହନ୍ତୁ। ସନ୍ତୁଳିତ ଆହାର ଖାଆନ୍ତୁ। ବର୍ତମାନ ମାର୍କେଟରେ ମିଳୁଥିବା ଅଧିକାଂଶ ଖାଦ୍ୟରୁ ଭିଟାମିନ୍ ମିଳିନଥାଏ। ପ୍ରତ୍ୟେକ ଲୋକ ମଲ୍ଟି ଭିଟାମିନ୍ ଥିବା ଖାଦ୍ୟ ଗ୍ରହଣ କରିବା ସହ ଜଙ୍କ୍ ଫୁଡ୍ରୁ ଦୂରେଇ ରହିଲେ ସୁନ୍ଦର ଚେହେରା ପାଇପାରିବ।
ଫିଟ୍ନେସ୍ ମନ୍ତ୍ର : ଜିମ୍ ଯାଏ, ସୂର୍ଯ୍ୟ ନମସ୍କାର କରେ: ସ୍ୱପ୍ନା ପତି
/sambad/media/post_attachments/wp-content/uploads/2018/02/b2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)