କେବେ ତାଙ୍କ ଓଡ଼ିଶୀ ନୃତ୍ୟରେ ଦର୍ଶକଙ୍କ ଆଖି ଲାଖି ରହିଛି ତ ଆଉ କେବେ ଏଫ୍ଏମ୍ ରେଡିଓରୁ ତାଙ୍କ ସୁରିଲା ଆଓ୍ଵାଜ ଶୁଣି ରାସ୍ତାରେ ଯାଉଥିବା ଲୋକ ଅଟକି ଯାଇଛି। ପୁଣି କେବେ ସେ ପରଦା ଉପରେ କହିଛନ୍ତି, ମୋର ଗୋଟିଏ ବୋଲି ମନ ମୁଁ ଦେବି କାହାକୁ। ସବୁବେଳେ ଚଟ୍ପଟି କଥା କହି ଲୋକଙ୍କ ମନ ଜିଣୁଥିବା ଉପସ୍ଥାପିକା ତଥା ଅଭିନେତ୍ରୀ ଗୁନ୍ଗୁନ୍ ନିଜ ଫିଟ୍ନେସ୍ର ରାଜ୍ ବିଷୟରେ କୁହନ୍ତି, ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ସହ ଫାଷ୍ଟ ଫୁଡ୍ରୁ ସେ ଦୂରେଇ ରହନ୍ତି। ମଟନ,ଚିକେନ୍ ବିଲ୍କୁଲ୍ ଖାଉ ନଥିବା ବେଳେ ମାଛ , ଅଣ୍ଡା କ୍ୱଚିତ୍ ଖାଇଥା’ନ୍ତି। ମାତ୍ର ନିୟମିତ ଜଗିଂ ସହ ଏରୋବିକ୍ କରନ୍ତି। ଓଜନା କମାଇବା ପାଇଁ ଏ ସବୁର ଆବଶ୍ୟକତା ରହିଛି।।
ଗୁନ୍ଗୁନ୍ କହନ୍ତି ପାଣି କମ୍ ପିଇବାର ଖରାପ ଅଭ୍ୟାସ ମୋର ରହିଛି। କିନ୍ତୁ ନିଜକୁ ଫିଟ୍ ରଖିବା ପାଇଁ ସବୁଦିନ ମୁଁ ସକାଳୁ ଉଷୁମ ପାଣିରେ ଲେମ୍ବୁ କିମ୍ବା ମହୁ ପକାଇ ପିଇଥାଏ। ଆଳୁ ଟିକେ ଯଦିଓ କମ୍ ଖାଏ, କିନ୍ତୁ ବାଇଗଣ, ଭେଣ୍ଡି ପରି ସବୁଜ ପରିବା ସହ ନିଜର ତ୍ୱଚାର ସ୍ୱାସ୍ଥ୍ୟ ନେଇ ଚୂନା ମାଛ ଟିକେ ଅଧିକ ଖାଇଥାଏ। ପାର୍ଲର ଅପେକ୍ଷା ମୁଁ ଘରୋଇ ସୌନ୍ଦର୍ଯ୍ୟ ଉପଚାରକୁ ପ୍ରାଧାନ୍ୟ ଦେଇଥାଏ। କେଶର ଯତ୍ନ ପାଇଁ ଭିଟାମିନ୍ ଇ କ୍ୟାପସୁଲ ସହ ନଡ଼ିଆ ତେଲ ମିଶେଇ ବ୍ୟବହାର କରେ। ଆମ ବଗିଚାରେ ଥିବା ଘି କୁଆଁରି ଗଛ କାଟି ତା’ର ରସ ବ୍ୟବହାର କରେ । ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ଗୁନ୍ଗୁନ୍ କହନ୍ତି, ଡାକ୍ତରଙ୍କ ସହ ପରାମର୍ଶ ସହ ଭଲ ବ୍ରାଣ୍ଡର ସାମ୍ପୁ ଓ କ୍ରିମ୍ ବ୍ୟବହାର କରିବା ଉଚିତ।