ସକାଳୁ ୪ ଘଣ୍ଟା ଶରୀର ପାଇଁ ଦିଏ : ନିକିତା ମିଶ୍ର

ଫିଟ୍‌ନେସ୍‌ ମନ୍ତ୍ର

କୁନି କଳାକାର ଭାବେ ଦୂରଦର୍ଶନ ଚ୍ୟାନେଲ୍‌ର ‘ଧର୍ମାତ୍ମା’ ଓ ‘ବସୁଧା’ରୁ ଅଭିନୟ ଆରମ୍ଭ କରିଥିବା ଅଭିନେତ୍ରୀ ନିକିତା କୁହନ୍ତି ମୁଁ ଛୋଟ ବେଳୁ ମୋ ଶରୀରର ଯତ୍ନ ନିଏ। କ’ଣ ଖାଇବି, କେମିତି ଫିଟ୍‌ ରହିବି ସେଥିପ୍ରତି ବହୁତ ସଚେତନ ଥାଏ। ଅଭିନେତ୍ରୀ ହେବା ପରଠୁ ଆହୁରି ଯତ୍ନ ନେବାକୁ ପଡ଼ୁଛି। ସକାଳେ ୩ରୁ ୪ଘଣ୍ଟା ଡ୍ୟାନ୍ସ, ଯୋଗ, ମର୍ଣ୍ଣିଂଓ୍ଵାକ୍‌ କରି ଜୁସ୍‌ ପିଏ। ଜମାରୁ ଭାତ ଖାଏ ନାହିଁ। ଦିନରେ, ରାତିରେ ରୁଟି ଖାଏ ଓ ସନ୍ଧ୍ୟାରେ କ୍ଷୀର ପିଏ। ରାତ୍ରିଭୋଜନ ବହୁତ ଜଲଦି ସାରିଦିଏ।

ସେହିପରି ମୋ କେଶକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ସପ୍ତାହକୁ ଦୁଇଥର ସାମ୍ପୁ କରେ। ମୁହଁକୁ ସତେଜ ଓ ସୁନ୍ଦର ରଖିବା ପାଇଁ ଖରାରେ ଯେବେ ବାହାରକୁ ବାହାରେ ମୁହଁରେ କପଡ଼ା ବାନ୍ଧେ। ମୁଁ ସକାଳୁ ଉଠି ଫେସ୍‌ଓ୍ଵାସ୍‌ ଲଗାଏ। ତାପରେ ମଶ୍ଚରାଇଜର ଲଗାଏ ଓ ରାତିରେ ଶୋଇଲାବେଳେ ନାଇଟ କ୍ରିମ୍‌ ଲଗାଏ। କ୍ୟାମେରା ସାମ୍ନାକୁ ଗଲେ ମେକ୍‌ଅପ୍‌ ବ୍ୟବହାର କରେ। ମୋ ପର୍ସରେ ଫୋନ୍‌, ଟଙ୍କା ଓ ଚକଲେଟ୍‌ ରହିଥାଏ। ଖାଇବା ଭିତରେ ଚିକେନ୍‌ ମୋର ବହୁତ ପସନ୍ଦ। ଚିକେନ୍‌ର ସମସ୍ତ ଆଇଟମ୍‌ ମତେ ଭଲ ଲାଗେ। ମୁଁ ସମସ୍ତଙ୍କୁ କହିବି ନିଜ ବ୍ୟସ୍ତବହୁଳ ଜୀବନରେ ନିଜ ପାଇଁ କିଛି ସମୟ ବାହାର କରି ସକାଳୁ ଯୋଗ ଓ ଧ୍ୟାନ କରନ୍ତୁ।

ସମ୍ବନ୍ଧିତ ଖବର