ଜିମ୍‌ ଯାଏ, ପ୍ରଚୁର ପାଣି ପିଏ : ଶିବାନୀ ସଂଗୀତା

ଫିଟ୍‌ନେସ୍‌ ମନ୍ତ୍ର

‘ଉତ୍ତରଦାୟୀ’ ଧାରାବାହିକରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ଶିବାନୀ ସଂଗୀତା ଆଜି ସଫଳତାର ଗୋଟିଏ ପରେ ଗୋଟିଏ ଶିଡ଼ି ଚଢ଼ୁଛନ୍ତି। ଛୋଟ ବେଳୁ ସୁନ୍ଦର ଅଭିନୟ କରି ସମସ୍ତଙ୍କୁ ବାନ୍ଧି ରଖିଥିବା ଶିବାନୀ ନିଜ ଶରୀର ପାଇଁ ମଧ୍ୟ ବହୁତ ଯତ୍ନଶୀଳ। ସେ କୁହନ୍ତି, ଅଭିନେତା ପାଇଁ ଭଲ ଅଭିନୟ ସହିତ ସୁନ୍ଦର ଚେହେରାର ଗୁରୁତ୍ୱ ରହିଛି। ଜୀବନରେ ସଫଳତା ପାଇବା ପାଇଁ ମଣିଷକୁ ଅନେକ ଜିନିଷ ପରିତ୍ୟାଗ କରିବାକୁ ପଡ଼ିଥାଏ। ମୋର ଖାଇବା ପ୍ରତି ଅନେକ ଦୁର୍ବଳତା। ପନିରର ସବୁ ଆଇଟମ ମୋର ବହୁତ ପ୍ରିୟ। କିନ୍ତୁ ପନିର ଖାଇବା ପାଇଁ ଇଚ୍ଛା ଥିଲେ ମଧ୍ୟ ମୋଟା ହୋଇଯିବା ଭୟରେ ଖାଏ ନାହିଁ। ମୁହଁକୁ ପରିଷ୍କାର ରଖିବା ପାଇଁ ଦିନକୁ ତିନିଥର ଫେସଓ୍ଵାସ୍‌ରେ ମୁହଁ ଧୁଏ। ‘ସିଷ୍ଟର ଶ୍ରୀଦେବୀ’ ସମୟରେ ମୋଟା ହୋଇ ଯାଇଥିଲି। ଝଡ଼ିିବା ପାଇଁ ଏବେ ଜିମ୍‌ ଯାଉଛି। ପ୍ରତିଦିନ ସକାଳୁ ଯୋଗ ଓ ଡ୍ୟାନ୍ସ କରିଥାଏ। ଫିଟ୍‌ ରହିବା ପାଇଁ ପ୍ରଚୁର ପାଣି ପିଏ। ପାଣି ପିଇବା ଦ୍ୱାରା ମୁହଁ, କେଶ ଓ ଶରୀରର ସୁରକ୍ଷା ହୋଇଥାଏ। ସେହିପରି କେଶ ଧୋଇବା ପୂର୍ବରୁ ତେଲ ଲଗାଏ। ମୋ ପର୍ସରେ କିଛି ଥାଉକି ନଥାଉ ଲିପ୍‌ବାମ ନିହାତି ରହିଥାଏ।

ସମ୍ବନ୍ଧିତ ଖବର