ନୃତ୍ୟ ମତେ ଫିଟ୍‌ ରଖିଛି : ଅନନ୍ୟା ମିଶ୍ର

ଫିଟ୍‌ନେସ୍‌ ମନ୍ତ୍ର

ଏ ଫର୍‌ ଆପୁଲ୍‌ ଆପୁଲ୍‌… ନୃତ୍ୟରେ ଦର୍ଶକଙ୍କ ନିକଟରେ ଚର୍ଚିତ ଚେହେରା ପାଲଟି ଯାଇଥିବା ଓଡ଼ିଆ ଅଭିନେତ୍ରୀ ଅନନ୍ୟା ମିଶ୍ରଙ୍କୁ ବଲିଉଡ୍‌ ତାରକା ସୋନାକ୍ଷୀ ସିହ୍ନାଙ୍କ ଚେହେରା ସହ କେହିକେହି ତୁଳନା କରନ୍ତି। ତେବେ ସୁନ୍ଦର ଚେହେରା ଓ ଆକର୍ଷଣୀୟ ଶରୀର ପାଇଁ ସେ କେବେ ଜିମ୍‌ ଯାଇନାହାନ୍ତି। ପିଲା ଦିନୁ ନୃତ୍ୟ କରିଆସୁଥିବାରୁ ସେ ନିଜକୁ  ଫିଟ୍‌ ରଖିପାରିଛନ୍ତି ବୋଲି କୁହନ୍ତି। ନୃତ୍ୟ ଉଭୟ ଓଜନ କମାଇବା ଓ ନିଜକୁ ପ୍ରଫୁଲ୍ଲ ରଖିବାର ଏକ ମାଧ୍ୟମ ବୋଲି ତାଙ୍କର ମତ। ପୁଣି ମୁହଁ ଓ ତ୍ୱଚାର ଯତ୍ନ ପାଇଁ ସବୁ ବେଳେ ପ୍ରାକୃତିକ ଜିନିଷର ବ୍ୟବହାର କରନ୍ତି। ମୁହଁରେ ଚନ୍ଦନ କିମ୍ବା ଚାଉଳ ଚୁନାର ପ୍ୟାକ୍‌ ଲଗାନ୍ତି। ଏଥିସହ ପ୍ରତିଦିନ ପ୍ରଚୁର ପାଣି ପିଇବା ସହ ସୁସ୍ଥ କେଶ ପାଇଁ ନିୟମିତ ବ୍ୟବଧାନରେ ତେଲ ମାଲିସ୍‌ କରନ୍ତି। କେଶ ପାଇଁ ଆଲ୍‌ମଣ୍ଡ୍‌ ତେଲ ଅତ୍ୟନ୍ତ ଉପାଦେୟ ବୋଲି ସେ ମତ ଦେଇଥିବା ବେଳେ ଆଜିକାଲି ଷ୍ଟ୍ରେଟ୍‌ନିଂ ଓ ସ୍ମଥ୍‌ନିଂ ଅଧିକ ଚାହିଦାରେ ରହିଥିବାରୁ ଏଥିରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି। ମଝିରେ ମଝିରେ ପାର୍ଲରରେ ସ୍ପା କରୁଥିବାରୁ ତାହା ତାଙ୍କ କେଶ ପାଇଁ ଲାଭଦାୟକ ହୁଏ ବୋଲି ସେ କୁହନ୍ତି।

ସମ୍ବନ୍ଧିତ ଖବର