ଫିଟ୍‌ନେସ୍‌ ମନ୍ତ୍ର : ଫୂର୍ତ୍ତି ରହିବାକୁ ଫୁଟ୍‌ବଲ୍‌, ବ୍ୟାଡ୍‌ମିଣ୍ଟନ୍‌ ଖେଳେ

‘ଶକ୍ତି- ଦ ଲାୟନ୍‌ ହାର୍ଟ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ୍‌ରେ ପ୍ରବେଶ କରିଥିବା କରନ ସାହୁ ଏବେ ଫିଟ୍‌ନେସ୍‌ ଦୌଡ଼ରେ ସାମିଲ୍‌ ହୋଇଛନ୍ତି। ସେ କୁହନ୍ତି, ମୁଁ ବହୁତ ଖାଦ୍ୟପ୍ରିୟ। କିନ୍ତୁ ଜଙ୍କଫୁଡ, ଫାଷ୍ଟଫୁଡ୍‌ ଓ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହେ। ଶରୀର ପାଇଁ ଯେତିକି ଖାଦ୍ୟ ଆବଶ୍ୟକ ସେତିକି ସବୁବେଳେ ଖାଇବା ଉଚିତ। ଡାଏଟିଂ କରିବା ଚିନ୍ତା କରି ଖାଦ୍ୟ ଠିକ୍‌ ଭାବରେ ନଖାଇଲେ ଫିଟ୍‌ ରହିବା ଦୂରେ ଥାଉ, ରୋଗଗ୍ରସ୍ଥ ହେବା ସାର ହେବ। ତେବେ ନିଜକୁ ଫିଟ୍‌ ରଖିବା ପାଇଁ ମୁଁ ସକାଳୁ ଜିମ୍‌ ଯିବା ସହ ଜଗିଂ ମଧ୍ୟ କରେ। ନିଜକୁ ଫୂର୍ତ୍ତି ରଖିିବା ପାଇଁ ଫୁଟବଲ୍‌ ଏବଂ ବ୍ୟାଡମିଣ୍ଟନ୍‌ ଖେଳେ। ସକାଳେ ଓ ରାତିରେ ଦୁଇ ବେଳା ଫେସ୍‌ଓ୍ଵାସ୍‌ରେ ମୁହଁ ଧୁଏ। କୌଣସି ରସାୟନଯୁକ୍ତ କସ୍‌ମେଟିକ୍‌ ବ୍ୟବହାର କରେନାହିଁ। କାରଣ ଏହା ତ୍ୱଚା ଉପରେ ଖରାପ ପ୍ରଭାବ ପକାଏ। ତେବେ ଫିଟ୍‌ନେସ୍‌ ପାଇଁ ଆଜିକାଲିର ଯୁବପିଢ଼ିଙ୍କୁ ଏତିକି କହିବି ଯେ, ଖାଦ୍ୟପେୟ ଠିକ୍‌ ରଖିବା ସହ ସବୁବେଳେ ଖୁସି ରୁହନ୍ତୁ।

ସମ୍ବନ୍ଧିତ ଖବର