ଫିଟ୍‌ନେସ୍‌ ମନ୍ତ୍ର : ସୁନ୍ଦର ଦେଖାଯିବା ପାଇଁ ଖୁସିରେ ରହିବା ଜରୁରି

ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ତଥା ଦେଶକୁ ଆନ୍ତର୍ଜାତିକ ସ୍ତରରେ ଗୌରବାନ୍ଵିତ କରି ନିଜ ପାଦକୁ ମଡେଲିଂ ଦୁନିଆରେ ଦୃଢ଼ କରିଥିବା ମିସ୍‌ ଇଣ୍ଡିଆ ଏସିଆ ପାସିଫିକ୍‌ ଇଣ୍ଟର୍‌ନ୍ୟାସନାଲ୍‌ ସୋନିକା ରାୟଙ୍କ ସୁଢ଼ଳ ଶରୀର ଓ ରୂପ ନିହାତି ପ୍ରଶଂସାଯୋଗ୍ୟ। ଓଡ଼ିଶାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇ ସୁଦ୍ଧା ସେ ନିଜକୁ ହଲିଉଡ୍‌ ତାରକା ଭଳି ସଜେଇ ରଖିଛନ୍ତି। ସେ କୁହନ୍ତି, ସୌନ୍ଦର୍ଯ୍ୟ ମଣିଷର ଆତ୍ମବିଶ୍ୱାସ ବଢ଼ାଇଥାଏ। ଯାହା ଫଳରେ ବ୍ୟକ୍ତିତ୍ୱ ବିକାଶ ହୁଏ। ତେଣୁ ନାରୀ ହେଉ ବା ପୁରୁଷ ସମସ୍ତେ ନିଜକୁ ସୁନ୍ଦର ଓ ଫିଟ୍‌ ରଖିବାକୁ ଚେଷ୍ଟା କରିବା ଦରକାର। ଏଥିପାଇଁ ସବୁବେଳେ ଖୁସି ମନରେ ରହିବା ଜରୁରି। ସନ୍ତୁଳିତ ଖାଦ୍ୟ ସହ ପ୍ରଚୁର ପାଣି ପିଇବା ଶରୀର ପାଇଁ ବହୁ ଉପକାରୀ। ମଡେଲିଂ ମୋର ପେସା ହୋଇଥିବାରୁ ମୁଁ ସବୁବେଳେ ସ୍ୱାସ୍ଥ୍ୟ ପ୍ରତି ବେଶ୍‌ ଯତ୍ନବାନ। ନିଜକୁ ଫିଟ୍‌ ରଖିବା ପାଇଁ ମୁଁ ଜିମ୍‌ ଯିବା ସହ ପ୍ରତିଦିନ ବ୍ୟାୟାମ କରିଥାଏ। ତ୍ୱଚାକୁ ସୁନ୍ଦର ତଥା ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ ସକାଳୁ କିମ୍ବା ଶୋଇବା ପୂର୍ବରୁ ମୁଁ ମଶ୍ଚରାଇଜିଂ କ୍ରିମ୍‌ ଲଗାଏ। ଅଧିକାଂଶ ସମୟରେ ମୁମ୍ବାଇରେ ହିଁ କେଶ ବିନ୍ୟାଶ କରିଥାଏ। ମଝିରେ ମଝିରେ ମୁହଁ ତଥା ଶରୀର ପାଇଁ ଆୟୁର୍ବେଦିକ କ୍ରିମ୍‌ ବ୍ୟବହାର କରେ।

ସମ୍ବନ୍ଧିତ ଖବର