ଓଡ଼ିଶାର ଡ୍ୟାସିଂ ତଥା ଚାର୍ମିଂ ଷ୍ଟାର୍ ଭାବେ ପରିଚିତ ହରିହର ଦାଶ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଦେଶରେ ପରିଚିତ। ‘ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ୍’ ରିଅଲିଟି ସୋ’ ଜରିଆରେ ଲାଇମ୍ ଲାଇଟ୍କୁ ଆସିଥିବା ହରିହର କେବେ ଆଉ ପଛକୁ ଚାହିଁ ଦେଖିନାହାନ୍ତି। ବିଭିନ୍ନ ସ୍ଥାନରେ ଡ୍ୟାନ୍ସ ସୋ’ କରିବା ସହ ‘ମୁଁ ପ୍ରେମୀ ମୁଁ ପାଗଳ’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ପାଦ ମଧ୍ୟ ଥାପିଥିଲେ। ତାଙ୍କ ନୃତ୍ୟ ଯେତିକି ଚମତ୍କାର, ସେ ଦେଖିବାକୁ ବି ସେମିତି ଫିଟ୍। ସେ ନିଜ ଫିଟ୍ନେସ୍ ମନ୍ତ୍ର ବିଷୟରେ କୁହନ୍ତି, ଆମକୁ ଫିଟ୍ ରହିବାକୁ ହେଲେ କମ୍ କ୍ୟାଲୋରିଯୁକ୍ତ ଓ ଉଚ୍ଚ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇବା ଉଚିତ। ସେ କୁହନ୍ତି, ମୁଁ ପ୍ରାତଃଭୋଜନରେ ଉଚ୍ଚ ପ୍ରୋଟିନ୍ ଯେମିତିକି ଆମ୍ଲେଟ୍ ଖାଇଥାଏ। ମଧ୍ୟାହ୍ନ ଭୋଜନରେ ଭାତ ସହ ପ୍ରଚୁର ପରିମାଣରେ ସବୁଜ ପନିପରିବା ଖାଏ। ସଂଧ୍ୟାରେ ପ୍ରୋଟିନ୍ ସେକ୍ ବା ଜୁସ୍ ପିଇଥାଏ। ଦିନକୁ ୪ ଘଣ୍ଟା ନୃତ୍ୟାଭାସ କରିଥାଏ। ତାଙ୍କ ମତରେ ଜଣକୁ ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଦ୍ୟ ଖାଇବା ସହ ପ୍ରଚୁର ପାଣି ପିଇବା ଆବଶ୍ୟକ। ଫିଟ୍ ରହିବାକୁ ପ୍ରତିଦିନ ଅତି କମ୍ରେ ଅଧ ଘଣ୍ଟାଏ ବ୍ୟାୟାମ କରିବା ଜରୁରି।
ଦିନକୁ ୪ ଘଣ୍ଟା ନୃତ୍ୟ ମତେ ଫିଟ୍ ରଖେ: ହରିହର ଦାଶ
ଫିଟ୍ନେସ୍ ମନ୍ତ୍ର
/sambad/media/post_attachments/wp-content/uploads/2018/06/hari.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)